ରାଜ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଭିଲ ସର୍ଭିସ କୋଚିଂ ବ୍ୟବସ୍ଥା

newyr25

ଗଞ୍ଜାମ ଜିଲ୍ଲା ପ୍ରଶାସନର ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହେବ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ ।

ବ୍ରହ୍ମପୁର : ରାଜ୍ୟରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମହାତକୁ ନିଆଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ସିଭିଲ ସର୍ଭିସ କୋଚିଂ ପ୍ରଦାନ କରା ଯାଇଛି । ପ୍ରତ୍ୟେକ ରବିବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଲକ୍ଷ୍ୟ ନିକତେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଜିଲ୍ଲା ଏବଂ ରାଜ୍ୟର ମେଧାବୀ ଯୁବକ ଓ ଯୁବତୀଙ୍କୁ ୟୁପି ଏସ ସି ଏବଂ ଓ ପି ଏସ୍ ସି ଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ତାଲିମ ଓ କୋଚିଂ ପ୍ରଦାନ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ଆଇ ଏ ଏସ ଓ ଆଇ ଏ ଏସ ଅଫିସର ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି l ସରକାର ଙ୍କ ଦ୍ଵାରା ବ୍ୟବସ୍ଥିତ ୟୁପି ଏସ ସି ଏବଂ ଓ ପି ଏସ୍ ସି ପରୀକ୍ଷା ରେ ନିଜକୁ କିପରି ପ୍ରସ୍ତୁତ କରିବେ ଏବଂ ବିଷୟ ବସ୍ତୁ ,ପାଠ୍ୟକ୍ରମ ପ୍ରିପେର ହେବେ ସେ ନେଇ ତାଲିମ ଦେଉଛନ୍ତି ଅଧିକାରୀ ମାନେ ।

ଆଇ ପି ଏସ ଅଫିସର ତଥା ଦକ୍ଷିଣାଞ୍ଚଳ ଆଇ. ଜି ନୀତି ଶେଖର, ଆଇ ଏ ଏସ ଅଫିସର ତଥା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଏସ. ପି ଶ୍ରବଣା ବିବେକ. ଏମ ପ୍ରମୁଖ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ପିଲାଙ୍କୁ ସାକ୍ଷାତକାର ଶୈଳୀ, ପରୀକ୍ଷା ପଦ୍ଧତି ଭଳି ଅନେକ ଟିପ୍ସ ଏବଂ କୌଶଳ କୋଚିଂ ଦେଇଥିଲେ ।ଗତ ରବିବାର ଦିନ ୪ ଜଣ ଆଗ୍ରହୀ ମେଧାବୀ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ, ଆଜି ୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ଆଶାୟୀ ପରୀକ୍ଷାର୍ଥୀ ଯୋଗ ଦେବା ଆଶା କରା ଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀ ଆଇ ଏ ଏସ ଓ ଆଇ ପି ଏସ ଅଫିସର ହେବା ଲକ୍ଷ୍ୟ ରଖା ଯାଇଛି। ଆଗାମୀ ଦିନରେ ଅଫ ଲାଇନରେ କୋଚିଂ ଦେବା ଲକ୍ଷ୍ୟ ରଖା ଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସ. ପି ସର୍ବଣା ବିବେକ. ଏମ.

Leave A Reply

Your email address will not be published.