ସଫେଇ ଟଙ୍କାକୁ ନେଇ ଗଣ୍ଡଗୋଳ, ୨ ଶିକ୍ଷୟିତ୍ରୀ ନିଲମ୍ବିତ

newyr25

ସମ୍ବଲପୁର : ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ ।  ସମ୍ୱଲପୁର ଜିଲ୍ଲା ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ  l   ଶିକ୍ଷୟିତ୍ରୀ ଦୁଇ ଜଣ ହେଲେ କସ୍ତୁରୀ ଜେନା ଓ ଶର୍ମିଷ୍ଠା ପଲେଇ  l  ଏହି ଦୁଇ ଶିକ୍ଷୟିତ୍ରୀ ଏକ ସଫେଇ କାର୍ଯ୍ୟର ଟଙ୍କାକୁ ନେଇ ନିଜ ଭିତରେ ଗଣ୍ଡଗୋଳ କରିଥିଲେ  l  ସେପଟେ ଏହି ଦୁଇ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ସ୍କୁଲରୁ ବାହାର କରିବା ପାଈଁ ଆଜି କିର୍ବା ସ୍କୁଲ କମିଟିର ସଦସ୍ୟମାନେ ଡିଇଓ ନିକଟରେ ଦାବି କରିଛନ୍ତି  l  ଏହାସହ ସ୍କୁଲରେ ଥିବା ପାଚିକାମାନଙ୍କୁ ମଧ୍ୟ ନିଲମ୍ବିତ କରାଯାଉ ବୋଲି ଦାବି କରିଛନ୍ତି l

Leave A Reply

Your email address will not be published.