ମହାରାଷ୍ଟ୍ର ବ୍ୟାଙ୍କରୁ ଡ଼କାୟତି, ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍

newyr25

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ବଡ଼ ଧରଣର ଡ଼କାୟତି ।  ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର ।  ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ।  ୫ଟି ବାଇକ୍ ରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଲେ  ।  ର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜର୍ ଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ।  ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ପସାଇ ବନ୍ଦ କରି ଦେଇ ଲକର୍ ତାଲା ଆଣି ସେଠାରୁ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ  ।  ଖବର ପାଇ ବଡ଼ବିଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି  l

Leave A Reply

Your email address will not be published.