ରାଜଧାନୀରେ ପ୍ରେମ ପ୍ରତାରଣାରୁ ଯୁବତୀକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

newyr25

ଭୁବନେଶ୍ୱର : ରାଜଧାନୀରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ। ପ୍ରେମ ପ୍ରତାରଣାରୁ ଯୁବତୀକୁ ଧୋକ୍କା ଦେଇ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବ୍ରହ୍ମପୁରରୁ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ବାପିନି ସାବତ।

ଦିର୍ଘ ଦିନ ଧରି ଯୁବତୀ ସହ ଲିଭ୍ ଇନରେ ଥିଲେ ଯୁବକ । ହେଲେ ମଦ୍ୟ ପାନ କରି ମାଡ ମାରିବା ସହ ଗାଳି ଗୁଲଜ ମଧ୍ୟ କରୁଥିବା ଅଭିଯୋଗ ଥିଲା । ଏନେଇ ଉଭୟଙ୍କ ମଧ୍ୟରେ ସଂପର୍କ ତୁଟିବା ପରେ ପୁଣି ଯୁବକ ଜଣଙ୍କୁ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏନେଇ ମାନସିକ ଚାପ ସହ ଦୁଷ୍କର୍ମ କରିଥିବା ନେଇ ଯୁବତ ଅଭିଯୋଗ ଆଣିଥିଲେ। ପରେ ଲକ୍ଷ୍ମିସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ଯାଞ୍ଚ କରିଛି।ପରେ ଯୁବତୀଙ୍କ ଡାକ୍ତରି ମାଇନା ହୋଇଛି୍ । ସେପଟେ ଅଭିଯୁକ୍ତ ପ୍ରତିକ୍ରିୟା ରଖିଛି ତାକୁ ଫସାଇଦିଯାଇଛି ।

Leave A Reply

Your email address will not be published.