ଆମ ବସ୍ ଚଳାଇବା ଲାଗି ତାଲିମ ନେବେ ୨୦ ମହିଳା

newyr25

ଭୁବନେଶ୍ବର: ଆମ ବସ୍ ଚଳାଇବେ ମହିଳା ।  ଏହାସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍ ।  ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ ।  ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ ।  ତାଲିମ ପାଇଁ ପୁନେ ପଠାଯିବ ।

ତାଲିମ ନେବା ପରେ ସେହି ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ ।  ପ୍ରାଥମିକ ପର୍ଯ୍ୟାୟରେ ୫ରୁ ୧୦ଟି ବସ୍ ସ୍ବତନ୍ତ୍ର ଭାବେ ମହିଳା ଯାତ୍ରୀଙ୍କ ପାଇଁ ରହିବ ।  ଯାହା ଦ୍ୱାରା ମହିଳା ମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Leave A Reply

Your email address will not be published.