ସ୍କୁଲ ଭ୍ୟାନରୁ ପଡି ଛାତ୍ର ମୃତ

newyr25

ବିହାର : ବିହାର ଦରଭଙ୍ଗାରେ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଦର ଥାନା ଅଞ୍ଚଳରେ ଲୋଆମ ଗାଁ ସ୍ଥିତ ଏକ ସ୍କୁଲ ଭ୍ୟାନରୁ ପଡି ଛାତ୍ରର ଜୀବନ ଚାଲିଯାଇଛି । ଫଳରେ ପିଲାର ପରିବାରର ଶୋକର ଛାୟା ଖେଳିଯାଇଛି ।

ଖବର ମୁତାବକ, ସ୍କୁଲ ଭ୍ୟାନ ୬ ଜଣ ପିଲାଙ୍କୁ ନେଇ ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ ନିକଟ ଏକ ମୋଡ଼ରେ ଟର୍ଣ୍ଣ ନେବା ସମୟରେ ପିଲାଟି ଭ୍ୟାନ ଭିତରୁ ଖସିପଡିଥିଲା । ପିଲାର ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣା ସ୍ଥଳରେ ମ୍ତ୍ୟୁ ହୋଇଥିଲା । ପିଲାଟିର ପରିଚୟ ମିଳିଥିବା ବେଳେ ସେ ୩ୟ ଶ୍ରେଣୀରେ ପଢୁଥିବା ଜଣାପଡିଛି । ସେହିପରି ଅନ୍ୟ ଆହତ ଛାତ୍ରଙ୍କ ଚିକିତ୍ସା ପ୍ରାଇଭେଟ ହସପିଟାଲରେ ହେଉଛି ।

ଘଟଣା ପରେ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକ ଅନ୍ୟ ପିଲାଙ୍କୁ ବାଇକ୍ ଯୋଗେ ସୁରକ୍ଷିତ ଭାବେ ଘରକୁ ପଠାଇଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ ଘଟଣା ପରେ ସ୍କୁଲକୁ ଫୋନ କରି ଜଣାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାରମ୍ବାର ଫୋନ କରିବା ସତ୍ତ୍ବେ କେହି ଫୋନ ଉଠାଇନଥିଲେ । ସେଥିପାଇଁ ଆକ୍ରୋଶରେ ଗ୍ରାମବାସୀ ଯାଇ ସ୍କୁଲରେ ହଙ୍ଗାମା କରିଥିଲେ ।

ଘଟଣା ପରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲା । ପୋଲିସ ମୃତଦେହକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗ୍ରାମବାସୀ ସ୍କୁଲ ପ୍ରଶାସନ ଏବଂ ଫେରାର ଗାଡି ଚାଳକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.