ବିଧାୟକଙ୍କ ଦ୍ଵାରା ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ନେତୃତ୍ବରେ ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଥିବା ସପ୍ତାହିକି ହାଟ ନିକଟରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତରେ ମନରେଗା ଯୋଜନାର ନୂତନ ନାମକରଣ କରାଯାଇ ବିଭି ରାମଜୀ କରାଯାଇଥିବା ବେଳେ ଏହା ମନରେଗା ଠାରୁ ଆହୁରି ସଶକ୍ତ ହେବ ବୋଲି କୁହାଯାଇଛି। ଏହା ଗ୍ରାମାଞ୍ଚଳରେ ଶହେ ୨୫ ଦିନ ରୋଜଗାର ଗ୍ୟାରେଣ୍ଟି ରହିଥିବା ବେଳେ ପୂର୍ବାପେକ୍ଷା ଏହା ଅଧିକ ଆଦୃତ ହେବ ବୋଲି କୁହାଯାଇଛି। ମୁଖ୍ୟତଃ ଏହା ଗ୍ରାମାଞ୍ଚଳରେ ଦାଦନ ଶ୍ରମିକ ଚାଲାଣ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମାଲକାନଗିରି ବିଧାୟକ ଶ୍ରୀ ମାଡକାମି କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସମ୍ପାଦକ ଭାବନୀ ଶଙ୍କର ମୂଖାର୍ଜୀ, ନିହାର ରାୟ, କୋଟାମ ବାଲାୟା, ମନ ଦୀପଙ୍କର ରାୟ ସମେତ ବିଜେପିର ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.