
ଭୁବନେଶ୍ବର: ନିଲମ୍ବନ ପରେ ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ କଲେ ଖୋଲା ଆହ୍ୱାନ କରିବା ସହ ଅତନୁ ସବ୍ୟସାଚୀଙ୍କୁ ନିଶାଣ କଲେ ।
ଅରବିନ୍ଦ କହିଛନ୍ତି , ମୁଁ ଆଶ୍ଚର୍ଯ୍ୟ ଯେ ଜାନୁଆରୀ ୧୫ ସନ୍ଧ୍ୟାରେ ଦଳରୁ ନିଳମ୍ବନ ହେଲି । କାରଣ ଦର୍ଶାଗଲା ଯେ, ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ତାପରେ ଭିନ୍ନ ଭିନ୍ନ କାରଣ କୁହାଗଲା । କୁହାଗଲା ଯେ ମୁଁ ବିଶ୍ୱାସଘାତକ କରିଛି,ମିଡ-ଡେ ଅପରେଶନ କରିଥିଲି,ପାଟକୁରା ବାସୀଙ୍କୁ ହଇରାଣ କରୁଥିଲି । ଅଭିଯୋଗ ଏତିକି ନା ଆଉ ଅଛି ବୋଲି କହି ବିଜେଡ଼ିକୁ କଟାକ୍ଷ କରିଛନ୍ତି ଅରବିନ୍ଦ । ସେ କହିଛନ୍ତି ଯେ, ପାଟକୁରା ବାସୀଙ୍କ ସମର୍ଥନ ମୋ ସହିତ ଅଛି । ଏହାସହ ଦଳକୁ ପ୍ରଶ୍ନ କରି କହିଛନ୍ତି ଯେ, ନବୀନ ବାବୁଙ୍କୁ ଏ ତଥ୍ୟ କିଏ ଦେଉଛି ? କେଉଁ କେଉଁ ବିଧାୟକଙ୍କୁ ନେଇ ଗୋଷ୍ଠୀ କରିଥିଲି କୁହନ୍ତୁ । ଏହାସହ ବାପା ବିଜୟ ମହାପାତ୍ରଙ୍କୁ ଘଟଣାରେ ନଟାଣିବାକୁ କହିଛନ୍ତି ଅରବିନ୍ଦ । ବିଜୟଙ୍କୁ ନେଇ କହିଛନ୍ତି ଯେ, ତାଙ୍କୁ କେବେ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମୁଁ କେବେ ଯୋଜନା କରିନାହିଁ । ଏହା ମିଛ କଥା ।
ଏହାସହ ନବୀନଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ନେଇ କହିଛନ୍ତି ଯେ, ଗତ ଡିସେମ୍ବରରେ ଅଧିବେଶନରେ ତାଙ୍କୁ ଭେଟିଥିଲି । ସେ ମତେ ପଚାରିଥିଲେ ଯେ, (ତୁମ ବାପା କେମିତି ଅଛନ୍ତି) “How Is Your Father ?” ସେତେବେଳେ କାହିଁକି ନବୀନ ବାବୁ ମତେ କିଛି କହିଲେନି । ଭୋଜି ଭାତକୁ ମୁଁ କେବେ ଯାଇନାହିଁ । ବିଧାୟକ ପାଣ୍ଠି ଠିକ୍ ଭାବେ ଖର୍ଚ୍ଚ କରିଛି । ଏହି ବାବଦରେ ସାମ୍ନାସାମ୍ନି ଆସି କ୍ୟାମେରା ଆଗରେ ଆଲୋଚନା କରିବାକୁ ଆହ୍ଵାନ ଦେଉଛି । ଡେରାବିଶ ମହୋତ୍ସବକୁ ଆଳି, ରାଜନଗର ବିଧାୟକ ବି ଆସିଥିଲେ । ଜିଲ୍ଲା ନେତାଙ୍କ ସହିତ ମୋର ଭଲ ସମ୍ପର୍କ । ନବୀନ ବାବୁ ବାହାରକୁ ଆସି କହିବା ପରେ ଆଉ ଭେଟିବାର ଆବଶ୍ୟକତା ନାହିଁ ।
ଏହାସହ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ନିଶାଣ କରି କହିଛନ୍ତି ଯେ, ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କ ଅଧିକ ଭୋଟ ମହାକାଳପଡ଼ାରେ ୪୦ ହଜାର ପଛୁଆ ରହିଛି । ତାହାଲେ ଷଡ଼ଯନ୍ତ୍ର କିଏ କରିଥିଲା । ଅଂଶୁମାନ ମହାନ୍ତିଙ୍କ ସହିତ ମୋର ପାରିବାରିକ ସମ୍ପର୍କ । ସେ ମୋ ଭଲ ବନ୍ଧୁ । ଯେଉଁମାନେ କାଲି ଯାଇଥିଲେ ପାଟକୁରା ବାସିନ୍ଦା ଭାବେ ନବୀନ ନିବାସ ସେମାନଙ୍କ ଭିତରୁ ଦୁଇ ଚାରିଜଣଙ୍କୁ ଛାଡ଼ିଲେ ଆଉ ସବୁ ନିର୍ବାଚନ ସମୟରେ ମୋତେ ବିରୋଧ କରିଥିଲେ । ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଥାଇପାରେ କାରଣ ବାରମ୍ବାର ଅଭିଯୋଗ ବଦଳୁଛି ।
ନିର୍ବାଚନ ମଣ୍ଡଳୀ କୁ ନେଇ କହିଛନ୍ତି ଯେ,ପାଟକୁରା ବାସିନ୍ଦା ନିଷ୍ପତ୍ତି ନେବେ ମୋତେ ସେଠି ଭର୍ତ୍ତି କରିଦିଆଯିବ ନା ନାହିଁ, କାହାକୁ ମୁଖିଆ ରୂପେ ଚୟନ କରାଯିବ । ପାଟକୁରା ବିଧାୟକ ପ୍ରାର୍ଥୀ ପାଇଁ ନବୀନ ବାବୁଙ୍କ ତରଫରୁ ଆମକୁ ପ୍ରଥମେ ପ୍ରସ୍ତାବ ଆସିଥିଲା । ପାଟକୁରା ରେ ପିସି କାରାବରୀ ମୁଁ ବନ୍ଦ କରିଦେଇଛି ।
ସେ ଆହୁରି କହିଛନ୍ତି ଯେ, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ କାହିଁକି ଦିଆଗଲା ନାହିଁ । ପିପିଲି ସାମ୍ବାଦିକ ମାନଙ୍କ ବୈଠକ ହୋଇଥିଲା । ସେମାନେ ମୋତେ ନିମନ୍ତ୍ରଣ କରିଥିଲେ । ପୁରୀ ସାଂସଦ, ପିପିଲି ବିଧାୟକ ବି ଯାଇଥିଲେ । ସେଠାକୁ ଯିବାର ଅନ୍ୟ କିଛି କାରଣ ନାହିଁ । ଏହା ସହ ବାପାଙ୍କ ରାଜ୍ୟସଭା ଚର୍ଚ୍ଚାକୁ ନେଇ କହିଛନ୍ତି ଯେ, ବିଜୟ ମହାପାତ୍ର ରାଜ୍ୟସଭା ପାଇଁ ଇଚ୍ଛୁକ ନୁହଁନ୍ତି ।