
ଦେବଗଡ଼ : ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର । କ୍ରିକେଟ ଦେଖିବାକୁ ଯାଇ ଛାତ୍ରମାନେ ନିଖୋଜ ହୋଇଥିଲେ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଂକବୀର ଗାଁରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ୪ ଜଣ ନାବାଳକ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ନିରାଶ ହୋଇଥିଲେ ।
ଖବର ମୁତାବକ, ଛାତ୍ରମାନେ ୨ଟି ସାଇକେଲରେ ଯାଉଥିବା ଗାଁର ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ପରିବାର ଲୋକ ଥାନାରେ ଅଭିଯୋଗ କରିନଥିବା ଖବରପାଇ ଏସପି ଅନିଲ କୁମାର ମିଶ୍ର ରିଆମାଳ ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ଶେଷରେ ଗାଁ ସ୍କୁଲରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଛାତ୍ରମାନେ ହେଲେ ସାଇ ପ୍ରଧାନ, ଅଟିନ ମାଝୀ, ପ୍ରତୁସ ମାଝୀ ଓ ପ୍ରମି ମାଝୀ । ସମସ୍ତଙ୍କ ବୟସ ପ୍ରାୟ ୧୧ ବର୍ଷ ହେବ ।