ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

newyr25

ମାଲକାନଗିରି : ଲାଲବାହିନୀକୁ ବଡ଼ ଧକ୍କା ।  ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ପତିରାମ ମାଝୀ ସମେତ ୧୨ ମୃତ । ସେଣ୍ଟ୍ରାଲ କ୍ୟାଡର ଶୀର୍ଷ ମାଓ ମାଓ ନେତା ପତିରାମ ମାଝୀ । ତା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କା ପୁରସ୍କାର । ଝାଡ଼ଖଣ୍ଡର ସବୁଠାରୁ ଦୁର୍ଦ୍ଦାନ୍ତ ମାଓବାଦୀ ଥିଲା ଘାସିରାମ। ଝାଡ଼ଖଣ୍ଡ ଅନ୍ତର୍ଗତ ଚାଇବାସାର ସରଣ୍ଡା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୧୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । CRPF ର କୋବ୍ରା ଯବାନ, ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଅଧିକ ମାଓବାଦୀ ମୃତାହତ ନେଇ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.