ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ

add-all

ଭୁବନେଶ୍ବର: ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ। ଏନେଇ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂଶୋଧିତ ଆଇନକୁ ଜିଜିଆ କର ସହ ସମାନ ବୋଲି ତୁଳନା କରିଛନ୍ତି।ଏହା ସହ ସାଧାରଣ ଚାଳଙ୍କଙ୍କ ଆର୍ଥିକ ମେରୁଦଣ୍ତ ଏହି ଆଇନ ଭାଙ୍ଗିଦେବ। ବସ ମାଲିକ ସଂଘ ବିରୋଧ କରୁଥିବା ମୋଟର ଯାନ ସଂଶୋଧନ ଆଇନ ଗୁଡିକ ହେଲା। ବର୍ଷରେ ୫ଥର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ ନିୟମକୁ। କୋର୍ଟରେ ଯିବାକୁ ଚାହିଁଲେ ଆଗୁଆ ୫୦ ପ୍ରତିଶତ ଜରିମାନା ଦାଖଲକୁ ମଧ୍ୟ ବିରୋଧ କରିଛନ୍ତି। ୪୫ ଦିନ ଭିତରେ ଚାଲାଣ ପୈଠ ନକ​‌ଲେ ଗାଡିକୁ ବ୍ଲାକଲିଷ୍ଟକୁ ବିରୋଧ କରିଛି ସଂଘ।ଏହି ନିୟମ ଗୁଡିକର ପୁନଃତର୍ଜମା କରିବାକୁ ସରକାରଙ୍କ ନିକଟରେ ଦାବି କରିଛି ବସ ମାଲିକ ସଂଘ।

ad-week
Leave A Reply

Your email address will not be published.