ଶ୍ରୀମନ୍ଦିରରେ ନାବାଳକକୁ ମାଡ଼, ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

newyr25

ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ ।  ବାହାର କାଠ ନିକଟରେ ଦର୍ଶନ କରୁଥିବାବେଳେ ଜଣେ ପୋଲିସ ପୁଅକୁ ବାଡେଇଥିଲେ ।  ଏଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇପଡିଥିଲେ ।

ଯାହାପରେ ଆକ୍ସନ ମୋଡକୁ ଆସୁଛି ପୋଲିସ ।  ସିଟି DSP ଓ ସିଂହଦ୍ବାର ଥାନା ପୋଲିସ ତଦନ୍ତ କରୁଛି ।  ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି କିଏ ମାଡ଼ ମାରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।  ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.