ଶ୍ରମ ଅଧିକାରୀ ପରିଚୟ ଦେଇ ମହିଳାଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍; ଲେଟି ଲୁଟେରାକୁ ବାନ୍ଧିଲା ପୋଲିସ

newyr25

ଉଦଳା : ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ହେଲେ ଅଭିଯୋଗ ପରେ ଖୋଲିଯାଇଛି ଫୋର ଟୋଣ୍ଟି ମହିଳାଙ୍କ ଅସଲ ମୁଖା । ଆଉ ଏବେ ପୋଲିସ କବଜାରେ ଠକ ମହିଳା । ଉକ୍ତ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ ।

କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଯାଇଥିଲେ । ହେଲେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇ ନ ଥିଲେ । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ପରେ ୪୨୦ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳ ରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠେଇଛି । ତଦନ୍ତ ପରେ ପୋଲିସ ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ ହୋଇଥିଲା । ମହିଳା ବିନୋଦିନୀ ନାୟକ କପ୍ତିପଦା ଥାନା ସମେତ ଉଦଳା, ଭଂଜପୁର, ଖାରବେଳନଗର ଥାନା,ବାଲିପାଟଣା ଥାନାରେ ରହି ଠକାମୀ କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ନିଜେ ବଞ୍ଚିବା ପାଇଁ ୩୦ ରୁ ଅଧିକ ସିମ କାର୍ଡ ବ୍ୟବହାର କରିବା ସହିତ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.