
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ । ସେଭିତିତରୁ ୧୨୫ଜଣଙ୍କୁ ସାହସକିତା ପୁରସ୍କାର, ୧୦୧ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଓ ୭୫୬ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ମେଡାଲ ପ୍ରଦାନ କରାଯିବ । ରାଜ୍ୟର ମୋଟ ୧୭ ଜଣଙ୍କୁ ବିଭିନ୍ନ ପୋଲିସ ମେଡାଲ ମିଳିବ ବୋଲି ଘୋଷଣା ହୋଇଛି । ସେଭିତରୁ ୪ଜଣଙ୍କୁ ସାହସିକତା ପାଇଁ ପଦକ, ୨ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଓ ଅନ୍ୟ ୧୧ଜଣଙ୍କୁ ଉତ୍ସର୍ଗୀକୃତ ସେବା ପଦକ ପ୍ରଦାନ କରାଯିବ । ଏଡିଜି ପ୍ରତୀକ ମହାନ୍ତି ଓ ଡିସିପି ପ୍ରଫୁଲ୍ଲ କୁମାର ସିଂ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ମିଳିବ ।
ସେହିପରି ଡିଏସପି ଅତୁଲକୃଷ୍ଣ ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , କନେଷ୍ଟବଳ ଘନଶ୍ୟାମ ସାହୁ ଓ କନେଷ୍ଟବଳ ଥବୀର ମାଝୀଙ୍କୁ ମିଳିବ ସାହସିକତା ପୁରସ୍କାର । କ୍ରାଇମ୍ ବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ହରି ପ୍ରସାଦ ତାମଙ୍ଗ, ଅତିରିକ୍ତ ଏସପି ଶୁଭ୍ ନାରାୟଣ ମୁଦୁଲି , ଡିଏସପି ପ୍ରଦୀପ କୁମାର ଆଇଣ୍ଡ,ଡିଏସପି ପ୍ରଣତି ରାୟ , କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ଇନ୍ସପେକ୍ଟର ଅରୁଣ କୁମାର ନାୟକ, ଇନ୍ସପେକ୍ଟର ମହମ୍ମଦ ହାଫିଜ୍, ହାବିଲଦାର ଲତା ନାୟକ ହାବିଲଦାର, ଏଏସଆଇ ନିଗମା ନନ୍ଦ ମହାପାତ୍ର, ଇନ୍ସପେକ୍ଚର ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କୁ ଉତ୍ସର୍ଗୀକୃତ ସେବା ପଦକ ପ୍ରଦାନ କରାଯିବ ।