ଜିଲ୍ଲା ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ।

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ନୟାଗଡ଼ ପିଟିଏସ ପଡ଼ିଆରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଏଭି ଓଡ଼ଗାଁର ୯ମ ଶ୍ରେଣୀ ଛାତ୍ରୀ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଠାରୁ ଟ୍ରଫି ଓ ଯୋଗ୍ୟତା ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।ସେହିପରି ଇଂରାଜୀ ରଚନା କୀର୍ତ୍ତିରାଜିତା (୯ମ)ଦ୍ଵିତୀୟ ସ୍ଥାନ, ସାଇସିଦ୍ଧି ମିଶ୍ର (୯ମ)ଗୀତରେ ତୃତୀୟ ସ୍ଥାନ, ପ୍ରତୀକ୍ଷା ସାହୁ ଓଡ଼ିଆ ବକ୍ତୃତା (୨ୟ)ପ୍ରଥମ ସ୍ଥାନ, ଆୟୁଷ୍ମାନ ବେହେରା (୨ୟ)ଓ ଜୀବନ ନାୟକ(୬ଷ୍ଠ) ଗୀତରେ ଦ୍ଵିତୀୟ ସ୍ଥାନ, ଆଦିତ୍ୟ ମିଶ୍ର (୩ୟ) ଫାନ୍ସି ଡ୍ରେସ୍ ରେ ୨ୟ ସ୍ଥାନ, ଇଂରାଜୀ ବକ୍ତୃତା କନିଷ୍ଠ ବିଭାଗରେ ସୂତପା ମହାପାତ୍ର ଯୋଗ୍ୟତା ପ୍ରମାଣ ପତ୍ର ପାଇ ପ୍ରଶଂସିତ ହୋଇଛନ୍ତି।

ad-week
Leave A Reply

Your email address will not be published.