ସରକାରୀ କଟକଣା କୁ ଫୁ : ଗୁଟଖା, ସିଗାରେଟ ଓ ଖଇନି ଦଶ ଗୁଣାରେ ହେଉଛି ବିକ୍ରି……!

add-all


ବ୍ରହ୍ମପୁର: ରାଜ୍ୟ ସରକାର ତମାଖୁ, ସିଗାରେଟ ଗୁଟଖା ଉପରେ ବେଆଇନ ଘୋଷଣା କରିବା ପରେ ଗୁଟଖା ପ୍ରତି ୧୦ ରୁ ୧୫ ଟଙ୍କା ଦରରେ ବିକ୍ରି ହେଉଛି।ସେହି ଭଳି ସିଗାରେଟ, ଖଇନି, ନାଶ ରେ ଅହେତୁକ ଭାବେ ମନ ଇଚ୍ଛା ଦରରେ କଳା ବଜାର ରେ ବିକ୍ରି ହେଉଛି। ସରକାରଙ୍କ ଘୋଷଣା ପରେ କିଛି ବ୍ୟବସାୟୀ ମାନେ ଗୁପ୍ତ ଗୋଦାମ ରେ ଏହି ସବୁ ସାମଗ୍ରୀ ରଖି କଳା ବଜାରୀ କରୁଥିବା ଲକ୍ଷ କରାଯାଇଛି। ସରକାଙ୍କ ପକ୍ଷରୁ ବେଆଇନ ବୋଲି ଘୋଷଣା ପରେ କଳା ବଜାରୀ ବଢ଼ିଯାଇଛି। ପ୍ରଶାସନ ପକ୍ଷରୁ ଏବେ ସୁଦ୍ଧା ବେଆଇନ ହୋଇଥିବା ସାମଗ୍ରୀ ବିକ୍ରି ହେଉଥିବା ଗୋଦାମ ଉପରେ ଚଢ଼ାଉ ହୋଇନାହିଁ। ଜିଲ୍ଲାର ପ୍ରତ୍ୟେକ ଦୋକାନ ରେ ମାଳ ମାଳ ଗୁଟଖା, ସିଗାରେଟ ଓ ଖଇନି ବିକ୍ରୀ ହେଉଛି ପ୍ରଶାସନ ସବୁ ଜାଣି ସରକାରୀ ନିୟାମ କୁ ଫୁ କରୁଛି l ମାଫିଆ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବଟି ନେଇ ଚୁପ ବସିଛି ପ୍ରଶାସନ l କୌଣସି ସରକାରୀ ନିୟମ କୁ ମାନୁ ନାହିଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯାହା ଫଳରେ ସରକାରୀ ଆଦେଶ କେବଳ କାଗଜ କଲମରେ ସୀମିତ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି l ଦେଖା ଯାଉ ଗୁଟଖା, ସିଗାରେଟ ଓ ଖଇନି ଉପରେ ପ୍ରଶାସନ କେବେ ଚଢ଼ାଉ କରୁଛି ତାହା ସମୟ କହିବ l

ad-week
Leave A Reply

Your email address will not be published.