୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କଲେ ବାଚସ୍ପତି ସୁରମା ପାଢ଼ୀ…

newyr25

ନୟାଗଡ଼,:(ନିସର୍ତ୍ତ): ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସି.ଟି ସ୍କୁଲ୍ ପଡ଼ିଆରେ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ୭୭ ତମ ସାଧାରଣ ତନ୍ତ୍ର ଦିବସ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିଲେ । ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଶ୍ରୀମତୀ ପାଢୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ନିମନ୍ତେ ପ୍ରତ୍ୟେକ ପରିବାର ଏବଂ ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରବାଦ ବିଚାରଧାରର ପୁସ୍ତକ ପଠନ ଓ ଆଲୋଚନା ତଥା ଯେଉଁ ମହାପୁରୁଷମାନେ ଭାରତମାତାଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି, ସେମାନଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ସାମାଜିକ

ଅନୁଷ୍ଠାନମାନଙ୍କ ଦ୍ଵାରା ଆଲୋଚନାଚକ୍ର ଆୟୋଜନ ନିମନ୍ତେ ମୂଖ୍ୟ ଅତିଥି ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାଜସୁନାଖଳାର ଯୁବ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନ , କ୍ଳବ୍ ସମ୍ପାଦକ ମିର୍ଜା ଫକିରୁଦିନ ବେଗ ଯୋଗ ଦେଇଥିଲେ । ଏଥିସହ ଜାତୀୟ ସଙ୍ଗୀତ ଗାନ କରାଯାଇ ଭାରତ ମାତା କି ଜୟ ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା। ଅତିଥିଙ୍କୁ ପାଛୋଟି ନେବା ପାଇଁ ମାସ୍ ପ୍ୟାରେଡର ସୁବ୍ୟବସ୍ଥା କରାଯାଇ ଥିଲା। ଏହି ପ୍ୟାରେଡରେ ୧୮ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ମାସ ପ୍ୟାରେଡ୍ କାର୍ଯ୍ୟକ୍ରମକୁ କ୍ଳବ୍ ର ସଦସ୍ୟ ସୁଜିତ୍ କୁମାର ସାହୁ ଏବଂ ବଲ୍ଲଭ ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ଏବଂ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ। ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ର ବରିଷ୍ଠ ସଦସ୍ୟ ରଶ୍ମିକାନ୍ତ ଷଢ଼ଙ୍ଗୀଙ୍କୁ ବେଷ୍ଟ୍ ଭଲ୍ୟୁଣ୍ଟିୟର୍ ଭାବରେ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ରାଜସୁନାଖଳାର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ସି.ଟି ସ୍କୁଲ୍ ପଡିଆରେ ଥିବା ଦୁଇ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସହିତ ରଘୁନାଥ ପୁର “ଦୁଧୀଆ” ଠାରେ ନବ ନିର୍ମିତ କଲ୍ୟାଣ ମଣ୍ଡପର ମଧ୍ୟ ବାଚସ୍ପତି ଶ୍ରୀମତୀ ପାଢ଼ୀ ଉଦ୍ଘାଟନ କରିଥିଲେ ।

Leave A Reply

Your email address will not be published.