କୋଇଲା ଖଣି ବନ୍ଦ କଲା କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ

newyr25

ସମ୍ବଲପୁର: ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।  ଖିଣ୍ଡା ଅଞ୍ଚଳରେ ଥିବା ଏନଏଲସି କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।  ଅଭିଯୋଗ କମ୍ପାନୀ ୨ ନମ୍ବର ଓ ୩ ନମ୍ବର କୋଇଲା ଖଣି ବନ୍ଦ କରି ଦେଇଛି ।  ଖଣି ବନ୍ଦ ଯୋଗୁ କାର୍ଯ୍ୟ କରୁଥିବା ଶ୍ରମିକ ଆଉ କାମ କରି ପାରିବେ ନାହିଁ ।

କାମ ବନ୍ଦ ହେଲେ କମ୍ପାନୀ ଦରମା ଦେବନାହିଁ ବୋଲି କହିଛି । ଯାହାକୁ ନେଇ ଶ୍ରମିକ ମାନଙ୍କ ମଧ୍ଯରେ ଅସନ୍ତୋଷ ଦେଖା ଦେଇଛି ।  ଶ୍ରମିକ ମାନେ ଏନେଇ ପ୍ରଥମେ କମ୍ପାନୀ କର୍ତ୍ତୃ ପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ କମ୍ପାନୀ ସେମାନଙ୍କ କଥା ଶୁଣିନଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ।  ସେପଟେ ଏହି କମ୍ପାନୀରେ କାମ କରୁଥିବା ସମସ୍ତ ଶ୍ରମିକ ବିସ୍ଥାପିତ ।

Leave A Reply

Your email address will not be published.