ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଭଞ୍ଜସେନା

newyr25

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଯୁବଛାତ୍ର ସଂଗଠନ ଭଞ୍ଜସେନା । ରୋଜଗାର ଦିଅ ନାରା ଦେଇ ବାରିପଦା ମଧୁବନ ଠାରୁ ବିଶାଳ ଶୋଭାଯତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ସଂଗଠନ ।  ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା, ଐତିହ୍ୟ ସ୍ଥଳୀ ଗୁଡିକର ପୁନଃଉଦ୍ଧାର ସାଙ୍ଗକୁ ହସ୍ତତନ୍ତ୍ର ବୟନ ଓ ହସ୍ତଶିଳ୍ପ ମାଧ୍ୟମରେ ରୋଜଗାର ଦେବାକୁ ସଂଗଠନ ସ୍ଵର ଉତ୍ତୋଳନ କରିଛି ।

ହଜାର ହଜାର ସଂଖ୍ୟାରେ ଯୁବ ଛାତ୍ର ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ । ଜିଲ୍ଲାର ବେକାର ସମସ୍ୟା ଦୂର କରିବାକୁ ଦାବି ଜଣାଇଛନ୍ତି । ଏପରିକି ଶିମିଳିପାଳ ପର୍ଯ୍ୟଟନ ଶିଳ୍ପ ଓ ହସ୍ତତନ୍ତ ପ୍ରତିକୃତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରସ୍ତୁତ କରି ନିଆରା ଢଙ୍ଗରେ ଦାବି ଉପସ୍ଥପନ କରିଛି ଭଞ୍ଜସେନା ।

Leave A Reply

Your email address will not be published.