ବିମାନ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

newyr25

ରାଜସ୍ଥାନ : ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣା ପରେ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱାଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏବେ ଜୟପୁରରେ ଲ୍ୟାଣ୍ଡିଂ କରିପାରିନଥିଲେ । ଏୟାର ଇଣ୍ଡିଆର ବିମାନଟି ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିଲା ।

ସୂଚନାନୁଯାୟୀ, ଏୟାର ଇଣ୍ଡିଆର ପ୍ଲେନ୍ AI-1719 ପ୍ରାୟ ୧ ଟା୫ ମିନିଟରେ ଜୟପୁର ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଅବତରଣ ବିଫଳ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି ଏହାର କାରଣ ବୋଲି କୁହାଯାଉଛି ।  ପ୍ରଥମ ଚେଷ୍ଟାରେ ଅସ୍ଥିରତା ଦେଖା ଦେବାରୁ ବିମାନ ଅବତରଣ କରିପାରିନଥିଲା । ପାଇଲଟ୍ ରନୱେରେ ପହଞ୍ଚିବା ମାତ୍ରେ ପ୍ଲେନ୍ ଘୁରିବା ଆରମ୍ଭ କରିଥିଲା । ୧୦ ମିନିଟ୍ ଆକାଶରେ ଘୁରିବା ପରେ ଦ୍ବିତୀୟ ଚେଷ୍ଟାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା । ବର୍ତ୍ତମାନ ସୁଖଜିନ୍ଦର ସିଂ ରନ୍ଧାୱା ସୁରକ୍ଷିତ ଥିବା ଜଣାପଡିଛି । ଏଥିସହ ଯଦି ପାଇଲଟ୍ ଲ୍ୟାଣ୍ଡିଂକୁ ଅସୁରକ୍ଷିତ ବୋଲି ମନେ କରନ୍ତି ତେବେ ସେ ଗୋ ଆରାଉଣ୍ଡ ନିଷ୍ପତ୍ତି ନେଇପାରିବେ ବୋଲି ଏୟାରପୋର୍ଟ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ଅଜିତ୍ ପାୱାର ବାରାମତୀ ଯାତ୍ରା କରୁଥିଲେ । ଲ୍ୟାଣ୍ଡିଂ ସମୟରେ ତାଙ୍କର ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ସମୟରେ ବିମାନରେ ଅଜିତ ପାୱାର, ଦୁଇ କର୍ମଚାରୀ, ଦୁଇ ପାଇଲଟ୍ ଏବଂ ଜଣେ କ୍ରୁ ସଦସ୍ୟଙ୍କ ସମେତ ପାଞ୍ଚ ଜଣ ଥିଲେ। ବିମାନଟି ରନୱେରୁ ଓଲଟି ଯାଇ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.