ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ)ର ବାର୍ଷିକ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ

newyr25

ମରକୋଟ, ୨୯/୦୧/୨୦୨୬ : ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ) ପକ୍ଷରୁ ତେନ୍ତୁଳୀଖୁଣ୍ଟି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଙ୍ଗରଦରାଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଓ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି (୨୮ ଜାନୁଆରୀ) ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୦ଟି ବ୍ଲକର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ।

ଏହି ସଭାରେ ସଙ୍ଘର ଜିଲ୍ଲା ପରାମର୍ଶଦାତା ଶିରାଜ ଉଦ୍ଦିନ ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ନବରଙ୍ଗପୁର ବିଡିଓ ସୁନୀଲ ଖରା, ତେନ୍ତୁଳୀଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ, ସମାଜସେବୀ ନାରାୟଣ ପାତ୍ର, କିଶୋର ସିଂ ଏବଂ କେଭା ସଂସ୍ଥାର ସଭାପତି ପ୍ରଶାନ୍ତ ରାୟ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ସଭା ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ସଭାରେ ଅତିଥିମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକମାନେ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ରଖି ନିର୍ଭିକ ଓ ନିରପେକ୍ଷ ଭାବେ ସତ୍ୟ ଖବର ପରିବେଷଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସଙ୍ଘର ସଂଗଠନାତ୍ମକ ସ୍ଥିତି, ନୂତନ ସଦସ୍ୟ ଗ୍ରହଣ ଏବଂ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକରି ନୂତନ ସଦସ୍ୟମାନଙ୍କୁ ସାମ୍ବାଦିକତାର ନୈତିକତା ଓ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ଓ ନୂତନ ସଦସ୍ୟମାନଙ୍କୁ ସଙ୍ଘ ପକ୍ଷରୁ ନୂତନ ପରିଚୟ ପତ୍ର (ଆଇ-କାର୍ଡ) ପ୍ରଦାନ କରାଯାଇଥିଲା।

ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଶେଖର ଖୁରା, ସାଧାରଣ ସମ୍ପାଦକ ଅଶୋକ ସାହୁ, ଉପସଭାପତି ହିମାଂଶୁ ଶେଖର ବାଘ ଓ ନରସିଂହ ବାଘ, ପରାମର୍ଶଦାତା ଶ୍ରୀଧର ସାମନ୍ତରାୟ, ସମ୍ପାଦକ ହରିହର ଶତପଥୀଙ୍କ ସମେତ ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା ସଭାପତି ଶ୍ରୀ ଖୁରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

(ରିପୋର୍ଟ: ରସିକ ସରକାର, ଉମରକୋଟ)

Leave A Reply

Your email address will not be published.