
ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍ କମିବାର ନାଁ ନେଉନି । ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି ।
ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ୧.୬ ଲକ୍ଷ ପାର୍ କରି ୧,୬୭,୦୯୦ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୮୦,୧୦୦ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀ ଓ ମୁମ୍ବଇ ସହରରେ ୨୪ କ୍ୟାରେଟ ସୁନା ଦର ୧, ୬୭,୦୯୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୫୩,୧୬୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୨୫,୩୨୦ ଟଙ୍କା ରହିଛି ।
ସେହିପରି ରୂପା ଦର ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀ ଓ ମୁମ୍ବଇରେ ଏକ କିଲୋଗ୍ରାମ ରୁପା ଦର ୩, ୮୦,୦୦୦ ଟଙ୍କା ରହିଛି ।
ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିଛି । କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ୨୪ କ୍ୟାରେଟ ସୁନା ଦର ୧, ୭୮,୮୫୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୬୩,୯୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୧୪୦ ଟଙ୍କା ରହିଛି । ରୁପା ଦର ଏକ କିଲୋଗ୍ରାମ ପିଛା ୪,୦୦,୧୦୦ ଟଙ୍କା ରହିଛି ।