ବିଚ୍ ରାସ୍ତାରେ ଯୁବକଙ୍କ ଆତଙ୍କରାଜ, ଖଣ୍ଡା ଧରି ମାଗୁଛନ୍ତି ଟଙ୍କା

newyr25

ବ୍ରହ୍ମପୁର: ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ । ଟଙ୍କା ମାଗୁଛନ୍ତି ନହେଲେ ହାଣିବେ ବୋଲି ଧମକ ଦେଉଛନ୍ତି । ବ୍ରହ୍ମପୁର ସୁବାରାଓ ଛକ ନିକଟରେ ଏପରି ଏକ ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଲଜ ସମ୍ମୁଖର ୩ଜଣ ଦୁର୍ବୁତ୍ତ ଗୋଟିଏ ସ୍କୁଟିରେ ଖଣ୍ଡା ଧରି ଆସୁଛନ୍ତି । ଆଉ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଯୁବକକୁ ଅଟକାଇ ଟଙ୍କା ମାଗୁଛନ୍ତି । ଧମକ ଦେଉଛନ୍ତି ଯାହା ଧରିଛ ଦିଅ ନ ହେଲେ ଖଣ୍ଡା ଚୋଟ ଖାଇବ ।

ଏପରିକି ଜଣେ ଯୁବକ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୁତ୍ତ ସଂପୃକ୍ତ ଯୁବକଙ୍କୁ ଖଣ୍ଡା ଦେଖାଇ ଧମକ ଦେଉଥିଲା । ଏହା ପରେ ଯୁବକଙ୍କୁ ମାରପିଟ ମଧ୍ୟ କରିଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାରାଇଲ ହେବାରେ ଲାଗିଛି । ଅଭିଯୋଗ ପାଇବା ପରେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.