ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ…

add-all

ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ ସ୍ୱତନ୍ତ୍ର ଜଜ୍ ପ୍ରଣତି ପଟନାୟକ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।  ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ ଗୌଡ଼, ଆକାଶ ନାୟକ ଓ ଓଁମକାର ।

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ବିଏନପୁର ଥାନା ଅଧୀନ ଏକ ଅଂଚଳରେ ରହୁଥିବା ନାବାଳିକା  ଗତ ୨୦୨୪ ମେ ୩ ତାରିଖ ଦିନ ଟ୍ୟୁସନ୍ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ତାର ବାପାଙ୍କୁ ଅପେକ୍ଷା କରିଥିବା ବେଳେ ରୁତୁନ୍ ନାମକ ଯୁବକ ତାକୁ ରହୁଥିବା ତାର ଘରକୁ ଡ଼ାକି ନେଇଥିଲା ।  ଏବଂ ପାନୀୟ ଦ୍ରବ୍ୟରେ ନିଶା ମିଶାଇ ତାକୁ ପିଇବାକୁ ଦେଇଥିଲା । ଏହା ପରେ ଜଣେ ଜଣେ ହୋଇ ୬ରୁ ୭ ଜଣ ତାକୁ ରାତି ୧୦ ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲା ।  ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ କୋର୍ଟରେ ଏହି ମାମଲାର ବିଚାରଣା ହୋଇଥିଲା ।  ଉପଯୁକ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ଦିଆଯାଇଥବା ସରକାରୀ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ଜଣାଇଛନ୍ତି । ଯାହାକୁ ନେଇ ୬ ଅଭିଯୁକ୍ତ ଙ୍କ ପରିବାର ଲୋକ ଉଚ୍ଚ ନ୍ୟାଳୟ ର ଦ୍ୱାରସ୍ତ ହେବେ ବୋଲି ଅଭିଯୁକ୍ତକାରୀ ମାନଙ୍କ ଓକିଲ କହିଛନ୍ତି

nis-ad
Leave A Reply

Your email address will not be published.