ବାରାମତିରେ ସମ୍ପନ୍ନ ହେଲା ପୱାରଙ୍କ ଶେଷକୃତ୍ୟ

add-all

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ସହିତ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର ହଜାର ସମର୍ଥକ ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଏକାଠି ହୋଇଥିଲେ ।

ଜାତୀୟ ପତାକାରେ ପୱାରଙ୍କ ପାର୍ଥିବ ଶରୀରକୁ ଘୋଡ଼ାଇ ଶେଷକୃତ୍ୟ ପାଇଁ ତାଙ୍କ ଜନ୍ମସ୍ଥାନ କାଟେୱାଡିରୁ ବାରାମତିକୁ ଅଣାଯାଇଥିଲା । ତାଙ୍କ ପୁଅ ପାର୍ଥ ପୱାର ଏବଂ ଜୟ ପୱାର ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ । ଅଜିତ୍‌ଙ୍କ ଶେଷ ଦର୍ଶନ ପାଇଁ ବରିଷ୍ଠ ନେତା ଏବଂ ଦଳୀୟ କର୍ମୀ ସହିତ ଯୋଗ ଦେଇଥିଲେ । ପୱରଙ୍କ ପାର୍ଥିବ ଶରୀରକୁ କାରଗେଡ଼ ଦ୍ଵାରା ସହର ଦେଇ ପୋଲିସ ଏବଂ ରାଜ୍ୟ ଅଧିକାରୀମାନେ ଆନୁଷ୍ଠାନିକ ସମ୍ମାନ ସହ ଆଣିଥିଲେ । କାଟେୱାଡି ଏବଂ ନିକଟବର୍ତ୍ତୀ ଗ୍ରାମର ଶୋକଗ୍ରସ୍ତ ଲୋକ, ଏନସିପି କର୍ମୀମାନଙ୍କ ସହିତ ମିଶି, ବାରାମତୀର ବିଦ୍ୟା ପ୍ରତିଷ୍ଠାନର କ୍ରୀଡ଼ା ପଡ଼ିଆରେ ଏକ ଧାଡ଼ିରେ ଠିଆ ହୋଇ “ଅଜିତ ଦାଦା ଅମର ରହେ” ଏବଂ “ଅଜିତ ଦାଦା ପରତ ଯା” (ଅଜିତ ଦାଦା ଦୟାକରି ଫେରି ଆସନ୍ତୁ) ସ୍ଲୋଗାନ ଦେଇଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଅଜିତ ପୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରାଙ୍କୁ  ଶାନ୍ତ୍ଵନା ଦେଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏମ୍ଏନ୍ଏସ୍‌ ମୁଖ୍ୟ ରାଜ ଠାକରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.