ବୋହୂକୁ ପୋଡି ମାରିବାକୁ ଉଦ୍ୟମ !

newyr25

ଆନନ୍ଦପୁର : ବୋହୁକୁ ଘର ଭିତରେ ବନ୍ଦ କରି ପୋଡି ମାରିବାକୁ ଉଦ୍ୟମ କରିଛନ୍ତି ଶ୍ଵଶୁର ଘର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ ।

ସୂଚନା ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମର ଗୋଲାପମଞ୍ଜରୀ ସାହୁ ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବେ ବିବାହ କରିଥିଲେ । ଗତ ଡିସେମ୍ବର ୨୫ରେ ଗୋଲାପଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ ଶାଶୁ ,ଶ୍ଵଶୁର ଓ ସ୍ୱାମୀ ରାଜେଶ । ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ । ଗୋଲାପଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଶାଶୁଘର ଲୋକେ ତାଙ୍କୁ ପୋଡି ମାରିବା ପାଇଁ ଯୋଜନା କରିଥିବା ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ । ଏବେ ପୁନର୍ବାର ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ରାଜେଶ, ଶଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳା ସାହୁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ଆନନ୍ଦପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.