୨କୋଟିର ଚିଟଫଣ୍ଡ ଠକେଇ: ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଗିରଫ

newyr25

ଭୁବନେଶ୍ବର: ୨କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିବିଆଇ । ପଶ୍ଚିମବଙ୍ଗ ନଦିଆରୁ ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା ଗିରଫ ହୋଇଥିବା ସୂଚନା ମିଳିଛି । କଲକାତାର ଏକ୍ସପ୍ରେସ୍ କଲଟିଭେସନ ଲିମିଟେଡ୍ ସଂସ୍ଥାର ନିର୍ଦ୍ଦେଶକ ହେଉଛି ତନ୍ମୟ ମିର୍ଦ୍ଧା । ଏହି ଠକେଇ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୦ରେ ମାମଲା କରିଥିଲା ସିବିଆଇ । ୨୦୨୨ରେ କଂପାନୀ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ହେଲେ ତଦନ୍ତରେ ସହଯୋଗ ନକରି ଫେରାର ହୋଇଥିଲା ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା । 

Leave A Reply

Your email address will not be published.