ନକଲି କାଜୁ ଗୋଦାମରେ ଚଢ଼ଉ

newyr25

କୋଣାର୍କ : ନକଲି କାଜୁ ଗୋଦାମରେ ଚଢ଼ଉ । ମାଲିକ ଅଟକ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ କାରବାର ଘଟଣାରେ ଏକ କାଜୁ ଗୋଦାମରେ ଚଢ଼ଉ କରାଯାଇଛି । ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା ୪କ୍ୱିଣ୍ଟାଲ କାଜୁ ଜବତ ହୋଇଛି । ଘଟଣାରେ ଗୋଦାମ ମାଲିକଙ୍କୁ ଅଟକ ରଖି ପୁଲିସ୍ ପଚାର ଉଚରା କରୁଛି । ସୂଚନାଯୋଗ୍ୟ ଦୁଇଦିନ ତଳେ ସୂର୍ଯ୍ୟମନ୍ଦିର ନିକଟରେ ଏକ ଦୋକାନରେ ନକଲି କାଜୁ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । କାଜୁ ପକେଟ୍‌ରେ ନକୁଳ ଦାନା ଭର୍ତ୍ତିକରି ବିକ୍ରି ହେଉଥିବା ଜଣେ ପର୍ଯ୍ୟଟକ ଦେଖିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.