ଦୁଇ ବାଇକ ମୁହାଁମୁହିଁ, ବାପ-ପୁଅ ମୃତ

newyr25

ନୟାଗଡ଼: ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ । ଭୋଜି ଖାଇବାକୁ ଯାଉଥିବା ବେଳେ ଆସିଲା ଯମ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୈବଲ୍ୟପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଶାବରୀ ଗାଁର ବୃନ୍ଦାବନ ବିଶୋଇ ଓ ତାଙ୍କ ପୁଅ ଲକ୍ଷ୍ମୀଧର ବିଶୋଇ ।

ଅନ୍ୟ ଜଣେ ଗୁରୁତର ମଠଖଜୁରିଆ ଗାଁର ମୁନା ବାରିକଙ୍କୁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାପ-ପୁଅ ବାଇକରେ କୈବଲ୍ୟପୁରକୁ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ସାମନା ପଟୁ ଅନ୍ୟ ଏକ ବାଇକ ଧକ୍କା ଦେଇ ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.