ଯୋଗାଣ ବିଭାଗ ଆଶୀର୍ବାଦ ରେ ଗଞ୍ଜାମ ଜିଲ୍ଲା ରେ ଧାନ କ୍ରୀୟ ରେ କଟନୀ ଛଟଣି ଚାଲିଛି ……!

newyr25


ମିଲେର ଓ ମଣ୍ଡି ଅଧିକାରୀ ମାଲେମାଲ ଚାଷୀ କୂଳ ହନ୍ତସନ୍ତ…..!
ବ୍ରହ୍ମପୁର: ଡବଲ ଇଞ୍ଜିନ ସରକାର ରେ ଡବଲ କଟନୀ ଛଟଣି ହେଉଥିବା ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲା ଯିବା ପାଇଁ ଘୋଷଣା ହେଉ ହେଉ ସ୍ଥାନୀୟ ନେତାଙ୍କ ଜରିଆରେ ମଣ୍ଡି ଉଦଘାଟନ ସରିଥିଲା। ଉଦଘାଟନ ପରେ ମଣ୍ଡି ଗୁଡ଼ିକ ରେ ଅବ୍ୟବସ୍ଥା ଲାଗିରହିଛି। କଟନୀ ଛଟଣି ସମସ୍ୟା ସମାଧାନ ଦିଗରେ ସରକାର ଙ୍କ ସମେତ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଛି। ଯୋଗାଣ ବିଭାଗ ସହ ମଣ୍ଡିର ସେକ୍ରେଟାରୀ ଓ ମିଲେର ମାନଙ୍କ ମିଲିଭଗତ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଲକ୍ଷ କରାଯଇଛି।୧୦ କିଲୋଗ୍ରାମ ଠାରୁ ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ ଓଜନ ବେଳେ ଚାଷୀଙ୍କ ଠାରୁ କିଛି ମିଲେର ଜୋର ଜବରଦସ୍ତ କଟନୀ ଛଟଣି କରୁଥିବା ଅଭିଯୋଗ ଆସୁଛି। ସରକାଙ୍କ ସମସ୍ତ ସିଷ୍ଟମ କଟନୀ ଛଟଣି ରେ ଫେଲ ମାରିଛି। ଜିଲ୍ଲାରେ ଅଧିକାଂଶ ସ୍ଥାନରେ ମଣ୍ଡି ବ୍ୟବସ୍ଥା ଫେଲ ମାରିଛି। ବର୍ତ୍ତମାନ ପରିସ୍ଥିତି ରେ ମିଲର ମାନଙ୍କ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଉଛି। ଏଥିରେ କିଛି ସରକାରୀ ବାବୁ ମାନଙ୍କ ଆଶ୍ରିବାଦ ବି ରହିଛି ବୋଲି ଅଭିଯୋଗ ଆସୁଛି ଯାହା ଫଳରେ ମିଲର ମାନେ ଚାଷୀ ମାନଙ୍କୁ ଅଣଦେଖା କରିବା ସହ ଖରାପ ବ୍ୟବହାର ଦେଖାଇ ଜୋର ଜବରଦସ୍ତି ଧାନ ସଂଗ୍ରହ କରୁଛନ୍ତି ବୋଲି ଅଭିଯୋଗ ଆସୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଉଛି ତଥାପି ପ୍ରଶାସନ ନୀରବ ପୁଣି ସରକାର ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା l ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ମିଲର ମାଲିକ ମାନଙ୍କ ବୋଲକରା ହୋଇ ସୁରକ୍ଷା ବି ଯୋଗାଉଛନ୍ତି ଏପଟେ ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭାଗ୍ୟକୁ ଆଦରି ଚୁପ l କିଛି ଚାଷୀ ଉପଯୁକ୍ତ ମୂଲ୍ୟ ଧାନର ନପାଇ ଋଣ କରଜ ରେ ବୁଡି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି l ଗଞ୍ଜାମ ଜିଲ୍ଲାର ଅଧିକାରୀ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି ଏମାନଙ୍କ ପାଇଁ ସରକାର ବଦନାମ ହେଉଛି ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବୀ ହେଉଛି l

Leave A Reply

Your email address will not be published.