

ପୋଲିସ ପ୍ରଶାସନ ନାକେଦମ ପରିସ୍ଥିତି ଅଣାୟତ୍ତ…..!
ଭୁବନେଶ୍ୱର //ବୁଗୁଡ଼ା: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବାଲି ବ୍ୟବସାୟ କୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା ବୋଲି ନିସର୍ତ୍ତ ପୂର୍ବ ଅନୁମାନ କରିଆସିଛି। ଆସିକା ବ୍ଲକ ଅନ୍ତର୍ଗତ ଲିଜ ଥିବା ଗହଙ୍ଗୁ ବାଲି ଘାଟ ଉପରେ ରବିବାର ଦିନ ପ୍ରାୟ ରାତ୍ର ଦଶ ଘଣ୍ଟା ସମୟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଗାଡି ରେ କିଛି ଯୁବକ ମାନେ ଆସି ଗହଙ୍ଗୁ ବାଲି ଘାଟରେ ଥିବା ଗାଡି ଗୁଡିକୁ ଭଙ୍ଗାରୁଜା କରିଥିବା ଚର୍ଚ୍ଚା ଜୋର ଧରିଛି। କୁଆଡ଼େ ବୋଲର ଗାଡିରେ ଆସିଥିବା ଯୁବକ ମାନେ ଗଣ୍ଡଗୋଳ କରିବା ସହ ଗାଡି ଗୁଡାକୁ ଭଙ୍ଗା ରୁଜା କରିବା ସମୟରେ ଅନ୍ୟ ଗୋଷ୍ଠିର ଯୁବକ ମାନେ ପହଞ୍ଚିବା ପରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଖବର ପାଇ ବାଲିପଦର ଫାଣ୍ଡି ପୋଲିସ ପହଞ୍ଚି ଉଭୟ ଗୋଷ୍ଟିକୁ ଗଣ୍ଡଗୋଳ ରୁ ନିବୃତ୍ତ ରହିବାକୁ କହିଥିବା ଆଲୋଚନା ହେଉଛି। ପ୍ରକାଶ ଥାଉକି ଗହଙ୍ଗୁ ବାଲିଘାଟ ସରକାରଙ୍କ ସମସ୍ତ ନୀତିନିୟମ ଅନୁସାରେ ଚାଲିଥିବା ଜଣାପଡିଛି। ଗହଙ୍ଗୁ ବାଲି ଘାଟରେ ବିଧାୟକଙ୍କ ଗାଡିରେ ଆସି ସେଠାରେ ଥିବା ଅନ୍ୟ ଗାଡିର କାଚ ଭାଙ୍ଗବା ଘଟଣା ପରେ ପରିସ୍ଥିତି ଅଣାୟତ୍ତ ହୋଇଥିବା ଜଣା ପଡିଛି। ବିଧାୟକଙ୍କ ଗାଡି ଧରି କିଏ କାହିଁକି ସେଠାରେ ପହଞ୍ଚି ଗଣ୍ଡଗୋଳ କରିବା ସହ ଆଇନ ହାତକୁ ନେଇ ଗାଡିର କାଚ ଭାଙ୍ଗିଥିବା ଯୁବକ ମାନେ କିଏ…? ବିଧାୟକଙ୍କ ଗାଡି କାହା ନିର୍ଦ୍ଧେଶ ରେ ଆସିଥିଲା ତାହା ଗଞ୍ଜାମ ଜିଲ୍ଲା ଏସପି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରିଲେ ଅସଲ ଆସାମୀ ମାନଙ୍କ ମୁଖା ଖୋଲିବ ବୋଲି ସାଧାରଣ ରେ ଦାବୀ ହେଉଛି। ବଟି ମାଗିବା ପାଇଁ ଏହି ଯୁବକ ମାନେ କୁଆଡ଼େ ଆସିଥିବା ଚର୍ଚ୍ଚା ହେଉଛି। ବାଲି ବ୍ୟବସାୟ କୁ ନେଇ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡେଇ ହେବ ନାହିଁ। ସୂଚନା ଥାଉକି ତଳ ଦିନେ ଉଭୟ ବିଜେଡି ଏବଂ କଂଗ୍ରେସ କର୍ମୀ ଚୋରା ବାଲି ଚାଲାଣ କୁ ବିରୋଧ କରିଥିଲେ ଏବଂ କିଛି ଗାଡି ଜବତ କରି ପୋଲିସ କୁ ହସ୍ତାନ୍ତରିତ କରିଥିଲେ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ଖଣି ବିଭାଗ ମୋଟା ଅଙ୍କର ବଟି ନେଇ ଚୁପ ବସିଛି ବୋଲି ଅଭିଯୋଗ ହେଉଛି l ପୁଣି ଖଣି ମନ୍ତ୍ରୀ ଓ ବିଧାୟକ ମାନଙ୍କ ବୋଲକରା ଭାବେ କାମ କରୁଛି ବୋଲି ମଧ୍ୟ ଲୋକେ ଅଭିଯୋଗ ବଢିଲେଣି l ଆସିକା ବିଧାୟକ ଏବଂ ଖଣି ମନ୍ତ୍ରୀ ଙ୍କ ଦାଦା ଗିରୀ ହାଟରୁ ଆସି ଦାଣ୍ଡ ରେ ଗଡ଼ିଲାଣି ଅନେକ ଅଭିଯୋଗ ଆସିଲେ ସୁଦ୍ଧା ରାଜ୍ୟ ସରକାର ନିଦାବିଷ୍ଟ ସାଜିଛି l ଅଳ୍ପ ଦିନ ଭିତରେ ଆସିକା ଅଞ୍ଚଳ ରେ ବାଲୁ ଘାଟ କୁ ନେଇ ମୁଣ୍ଡ ଗଡିବାକୁ ଆଉ ବେଶି ଦିନ ନାହିଁ ବୋଲି ଖଟିରେ ଚର୍ଚ୍ଚା ହେଲାଣି l ଡବଲ ଇଞ୍ଜିନ ସରକାର ଔଷଧ ବିକଳ ରେ ତାଟିଆ କାମୁଡୁଛି ବୋଲି ଲୋକେ ଚର୍ଚ୍ଚା କଲେଣି l ଏବେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛି ନା ମୁଣ୍ଡ ଗଡିବାକୁ ଅପେକ୍ଷା କରିଛି ତାହା ସମୟ କହିବ… I