ଗଞ୍ଜାମ ଜିଲ୍ଲାରେ ଛତୁଆ ନବୀକରଣ ନାଁ ରେ ମୋଟା ଅଙ୍କର ଅର୍ଥ ଆଦାୟ…..!

ଛତୁଆର ମାନ କେବଳ କାଗଜ କଲମରେ ସୀମିତ…

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛତୁଆ ବଣ୍ଟନ କରୁଥିବା ବ୍ୟକ୍ତିଙ୍କ ସମୟ ଅତିକ୍ଲାନ୍ତ ହେବା ସହ ନୂତନ ଭାବେ ନବୀକରଣ ସମୟରେ ଅର୍ଥ କାରବାର ହେଉଥିବା ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ଅତି ନିମ୍ନ ମାନର ଛତୁଆ ବଣ୍ଟନ କରାଯାଉଛି ବୋଲି ଅନେକ ଅଭିଯୋଗ ହେଉଛି। ସ୍ଥାନୀୟ ନେତାଙ୍କ ସହ ଛତୁଆ ପ୍ରସ୍ତୁତ କର୍ତ୍ତା ମାନେ ହାତକୁ ହାତ ମିଶାଇ ନିମ୍ନ ମାନର ଛତୁଆ ଯୋଗାଇ ଆସୁଥିବା ଆଲୋଚନା ହେଉଛି। ଅଙ୍ଗନବାଡି କେନ୍ଦ୍ର ରେ ବଣ୍ଟନ ହେଉଥିବା ଛତୁଆର ମାନ କେବଳ କାଗଜ କଲମରେ ସୀମିତ ରହିଛି। ଅଙ୍ଗନବାଡି କେନ୍ଦ୍ର ରେ ବଣ୍ଟନ ହେଉଥିବା ଛତୁଆ ଅଧିକାଂଶ କରି ଗୃହ ପାଳିତ ପଶୁ ମାନଙ୍କ ଖାଦ୍ୟ ରୂପେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ନିମ୍ନ ମାନର ଛତୁଆ ଗୋଖାଦ୍ୟ ଦୋକାନରେ ଖୁଲାମ ଖୁଲା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ନୂତନ ନବୀକରଣ ବେଳେ ବାବୁ ମାନଙ୍କ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଉଛି। ଲକ୍ଷ ଲକ୍ଷ ଟଙ୍କା ବଟି ନେଇ ପ୍ରଶାସନ ଧୃତରାଷ୍ଟ ସାଜୁଛି, କୋମଳ ମତି ଶିଶୁ, ଗର୍ଭବତୀ ମହିଳା ମାନଙ୍କ ଜୀବନ ନେଇ ଖେଳୁଛି ପ୍ରଶାସନ ବୋଲି ଅଭିଯୋଗ ହେଉଛି l

ad-week
Leave A Reply

Your email address will not be published.