କୋରାପୁଟ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

newyr25

କୋରାପୁଟ : ସ୍ଥାନୀୟ ସଦଭାବନା ସଭା ଗୃହ ପରିସରରେ ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି| ଏହି ଶିବିରରେ ଗୋଷ୍ଠୀ ଗତ ଭାବେ 4ଟି ଏବଂ ବ୍ୟକ୍ତିଗତ ଭାବେ 28ଟି ମୋଟ 32 ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ତଥା ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । 6ଟି ଅଭିଯୋଗର ତୁରନ୍ତ ସମାଧାନ କରିବା ସହ ଅନ୍ୟ ଅଭିଯୋଗ ଗୁଡିକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ I ଜନଶୁଣାଣି ଶିବିରର ଶେଷରେ 15ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ 1 କୋଟି 75 ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.