କାସନ୍ଦାରେ ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

add-all

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମରେ ଜାଗର ଯାତ୍ରା ଉପଲକ୍ଷେ ବାବା ବାଲୁଙ୍କେଶ୍ୱର ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାସନ୍ଦା ଗ୍ରାମର ବରିଷ୍ଠ ସଦସ୍ୟ କୈଳାସ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓ ଟିଭି ପ୍ରତିନିଧି ରାକେଶ ଚନ୍ଦ୍ର ପାଢି ଓ ରାଜସୁନାଖଳା ସାମ୍ବାଦିକ ସଂଘର ସଭାପତି ଜିତେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।

ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ କୁନି କୁନି ପିଲା ମାନେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ । ଏଥି ସହିତ ନୟାଗଡ କୃଷ୍ଣ ପ୍ରସାଦ ଠାରୁ ଆସି ଥିବା କଳାକାର ମାନେ ସୀତା ଚୋରୀ ପୌରାଣିକ ନାଟକ ପରିବେଷଣ କରିଥିଲେ। ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗଣେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.