ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ଯୁବକ ଗିରଫ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ରୋହିବାଙ୍କ ଚେମେଡି ରାସ୍ତାର ଓଡ଼ଗାଁ ବନାଞ୍ଚଳ ଗୟଳସିଂ ସଂରକ୍ଷିତ ଜଙ୍ଗଲ କମ୍ପାକ୍ଟ ମେଣ୍ଟ ୩ ରେ ନିଆଁ ଲାଗିଥିବା ବେଳେ ଖବର ପାଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ, ବନରକ୍ଷୀ ମାନସ ରଞ୍ଜନ ମିଶ୍ର, ସୌମ୍ୟ ରଞ୍ଜନ ଦଳେଇଙ୍କ ସହିତ ସ୍କ୍ୱାର୍ଡ ଟିମ୍ ଘଟଣସ୍ଥଳରେ ପହଞ୍ଚିଥିଲେ ।

ଘଟଣାସ୍ଥଳରୁ ବାଣ୍ଠପୁର ପଞ୍ଚାୟତ ଚେମେଡି ଗାଁର ଆନନ୍ଦ ଚନ୍ଦ୍ର ବାରିକ ସାଇକେଲ ଧରି ଠିଆ ହୋଇଥିବା ଦେଖି ବନ କର୍ମଚାରୀ ହଠାତ୍ ତାଙ୍କର ତଲାସୀ କରିବା ବେଳେ ତାଙ୍କ ପାଖରେ ଥିବା ଏକ ବ୍ୟାଗରୁ ଲାଇଟର, ଫାସ ପକାଇବା ପାଇଁ ତାର ଏବଂ ଗୋଟିଏ କାତି ମିଳିଥିଲା ।ପଚରାଉଚୁରା କଲାବେଳେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ସେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ସ୍ବୀକାର କରିଥିଲେ । ବନ ବିଭାଗ ସେ ରଖିଥିବା ସମସ୍ତ ଜିନିଷକୁ ଜବତ କରିବା ସହିତ ଓଆର ନମ୍ବର ୧୧୧/୨୫/୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ ଆନନ୍ଦକୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.