ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠିକୁ ନେଇ ଦ୍ୱନ୍ଦ୍ୱରେ ଶିକ୍ଷକ

କୋରାପୁଟ /କୋଟପାଡ଼: କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠିକୁ ନେଇ କୋଟପାଡ଼ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ପ୍ରକାଶଯୋଗ୍ୟ ଯେ, ନୂତନ ପାଠ୍ୟକ୍ରମ ସମ୍ପର୍କିତ ଏକ ତାଲିମ ଶିବିରରେ ଯୋଗଦାନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ପତ୍ର ସଂଖ୍ୟା 320/26 ତାରିଖ 17/02/2026 ଅନୁଯାୟୀ ମୋଟ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବାବେଳେ ସେହି ତାଲିକାର ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଡମ୍ବରୁ ହରିଜନ ଓ ଗଣେଶ ନାୟକଙ୍କୁ ନିଜ ଚିଠି ନମ୍ବର 312/26 17/02/2026 ତାରିଖରେ ଏବଂ ସାଧନକର୍ମୀ ଥିବା ବୈରିଗଞ୍ଜନ ମହାଲିକଙ୍କୁ ନିଜ ଚିଠି ନମ୍ବର 325/26, 17/02/2026 ତାରିଖ ଅନୁଯାୟୀ ଦଶମ ପରିକ୍ଷା ଦାୟିତ୍ଵ ଅନ୍ୟ ଚିଠିରେ ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ଯଦି ଦଶମ ପରୀକ୍ଷା ଏବଂ ତାଲିମ ହୁଏ,ତେବେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟଙ୍କ କେଉଁ ନିର୍ଦେଶନାମାକୁ ଅନୁସରଣ କରି କେଉଁ କାର୍ଯ୍ୟକ୍ରମରେ ସାମିଲ ହେବେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ବିଇଓ କୋଟପାଡ଼ଙ୍କ ନାମରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଭି କୈଣସି ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ଦିନକୁ ଦିନ ବଢିଚାଲିଛି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ପକ୍ଷରୁ ସଜ୍ଞାନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ad-week
Leave A Reply

Your email address will not be published.