ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

add-all

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଗୁଳିକାଣ୍ଡ କୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଯେଉଁମାନଙ୍କୁ ପୁଲିସ୍‌ ସନ୍ଦେହରେ ଅଟକ ରଖିଛି, ସେମାନଙ୍କୁ କାହିଁକି କୋର୍ଟ ଚାଲାଣ କରାଯାଇନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ବର୍ତ୍ତମାନ ସୌମ୍ୟରଞ୍ଜନଙ୍କ ମରଶରୀର କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଥିବାବେଳେ ଶେଷ ଯାତ୍ରା ରେ ଶତାଧିକ ଲୋକ ସାମିଲ ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଟକ ମଧୁପାଟଣା ଥାନା ନୂଆପଡା ପ୍ରେସ୍ କଲୋନୀରେ କିଛି ସାଙ୍ଗ ମିଶି ଭୋଜି କରୁଥିବାବେଳେ ସ୍ପଷ୍ଟ ଦିବାଲୋକରେ କେହି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଥିଲା। ମୃତ ଯୁବକ ଜଣକ ସୌମ୍ୟରଞ୍ଜନ ଜେନା ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୌମ୍ୟରଞ୍ଜନଙ୍କ ଛାତିରେ ଗୁଳି ବାଜିଥିଲା। ସେ ଭଲ କ୍ରିକେଟ ଖେଳନ୍ତି। ଏବଂ ତାଙ୍କର କାହା ସହ ଶତ୍ରୁତା ନ ଥିଲା ବୋଲି ସାଙ୍ଗମାନେ କହିଛନ୍ତି। ତେଣୁ କିଏ ଏବଂ କାହିଁକି ତାଙ୍କୁ ଗୁଳି କଲା ତାହା ସ୍ପଷ୍ଟ ହୋଇନି। ପୁଲିସ ତଦନ୍ତ ଜାରି ରଖିଛି। ଆଜି ପରିବାର ଲୋକେ ଥାନା ଆଗରେ ସୌମ୍ୟରଞ୍ଜନଙ୍କ ମୃତଦେହ ରଖି ଧାରଣା ଦେଇଥିଲେ।

ad-week
Leave A Reply

Your email address will not be published.