୩୫ ଗୋରୁ ଉଦ୍ଧାର, କଣ୍ଟେନର ଚାଳକ ଓ ୨ ସହଯୋଗୀ ଅଟକ

newyr25

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ୪୯ନଂ ଜାତୀୟ ରାଜପଥର ନୂଆଗାଁ ଓ ସାନ ମଣଦା ମଧ୍ୟସ୍ଥଳରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। କଣ୍ଟେନର ଭିତରୁ ୩୫ଟି ଗୋରୁ ଉଦ୍ଧାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ସମ୍ବଲପୁରରୁ କଲିକତା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନରର ସୁରାକ ପାଇ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଧଳ ଉକ୍ତ ଗାଡିଟିକୁ ମଣଦା ଠାରେ ଅଟକାଇଥିଲେ।

ପରେ ଥାନା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କୁ ଖବର ଦେଇ ବିଶୋଇ ଥାନାକୁ ଉକ୍ତ କଣ୍ଟେନରଟିକୁ ଅଣାଯାଇଥିଲା। ଉଦ୍ଧାର ହୋଇଥିବା ୩୫ଟି ଗୋରୁକୁ କେନ୍ଦୁଝର ସ୍ଥିତ ଏକ ଗୋଶାଳାକୁ ପଠାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଚାଳକ ଉତ୍ତରପ୍ରଦେଶ ସାମିଲ ଜିଲ୍ଲା ଜାଲାବାଗ ଗାଁର ସେକ ସରିଫ ଖାଁ ଏବଂ ଦୁଇ ସହଯୋଗୀ ସେକ ରାଜ ଓ ସେକ ଅମୀରଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.