୩୧ ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ

newyr25

ଭୁବନେଶ୍ବର : ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୩୧ଟି ନୂତନ ଜିଲ୍ଲା ଗଠନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭାଗକୁ ପ୍ରାପ୍ତ ହୋଇଛି। ତେବେ ଏଥିନେଇ ପ୍ରଚଳିତ ନୀତି ନିୟମ ଅନୁଯାୟୀ ସରକାର ଉପଯୁକ୍ତ ସମୟରେ ବିଚାର କରିବେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ ହେଲା ; ପଦମପୁର, ଧର୍ମଗଡ଼, ପଶ୍ଚିମ ମୟୁରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ବେଦବ୍ୟାସ, ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡା, ଭୁବନେଶ୍ୱର, ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଞ୍ଜନଗର, କବିସୂର୍ଯ୍ୟନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ୱର, ନିମାପଡା, ଗୁଣୁପୁର ଓ ଜୟପୁର

– Advertis

Leave A Reply

Your email address will not be published.