ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏବଂ ଆସିକା ବ୍ଲକ ଓ ନଗର ବିଜେଡ଼ି ସଭାପତି ଙ୍କୁ ସମର୍ଦ୍ଧନା……!

add-all


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି ଭାବେ ନିମିନା ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଙ୍କୁ ରାଜ୍ୟ ସଭାପତି ନିଯୁକ୍ତି କରିଥିବା ବେଳେ ଆସିକା ନଗର ବିଜେଡ଼ି ସଭାପତି ଭାବେ ପୁରୁଖା ନେତା ତାରିଣୀ ସେନାପତି ଙ୍କୁ ବିଜେଡ଼ି ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି।ପୁନର୍ବାର ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭାବେ ନଚିକତା ସ୍ୱାଇଁ ଙ୍କୁ ଦାୟିତ୍ୱ ମିଳିଛି। ଆଜି ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ତିନି ଜନଙ୍କୁ ଦଳର କର୍ମୀ ମାନେ ସମର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ବି. ମୋନଜ କୁମାର ଦୋରା, ବରିଷ୍ଠ ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ,ପ୍ରସନ୍ନ ତ୍ରିପାଠୀ,ରଶ୍ମିତା ସେନାପତି ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.