ରାଜସୁନାଖଳା ପ୍ରିମୀୟର ଲିଗର ୫ମ ମ୍ୟାଚରେ ଥଣ୍ଡର ଟାଇଟନ ବିଜୟୀ

newyr25

ନୟାଗଡ଼,୨୦/୦୨ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ ପଡ଼ିଆରେ ରାଜସୁନାଖଳା ପ୍ରିମୀୟର ଲିଗର ୫ମ ମ୍ୟାଚରେ ଥଣ୍ଡର ଟାଇଟନ ବିଜୟ ଲାଭ କରିଛି। ରାଜସୁନାଖଳା ଜୁନିୟର ଏକାଦଶ ପକ୍ଷରୁ ଆୟୋଜିତ ୫ମ ମ୍ୟାଚରେ ବିନ୍ଦାସ ୧୧ ଓ ଥଣ୍ଡର ଟାଇଟନ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ବିନ୍ଦାସ ୧୧ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଙ୍ଗ କରି ଥଣ୍ଡର ଟାଇଟନ ୧୧୪ ରନ କରି ୧୧୫ ରନର ଲକ୍ଷ୍ୟ ବିପକ୍ଷ ଟିମକୁ ଦେଇଥିଲେ । ୧୧୫ ରନର ଲକ୍ଷ୍ୟକୁ ପିଛା କରି ଥଣ୍ଡର ଟାଇଟନ ମାତ୍ର ୭୨ ରନ ସଂଗ୍ରହ କରି ପାରିଥିଲେ । ଫଳରେ ୪୨ ରନରେ ଥଣ୍ଡର ଟାଇଟନ ବିଜୟୀ ହୋଇଛି। ଏହି ମ୍ୟାଚ୍ କୁ ରାଜସୁନାଖଳା ଅଞ୍ଚଳର ଦୁଇ ଦକ୍ଷ ଆମ୍ପେୟାର ରୀଙ୍କୁ ଦାସ ଓ ଲକ୍ଷ୍ମୀନାରାୟଣ ଜାପୁ ସୁପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଶିବ ଭାଇ ବୋଲଗଡ଼ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିବା ବଣ୍ଟିକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.