ନେପାଳର କୋଶୀ ପ୍ରଦେଶରେ ଭୂମିକମ୍ପ ଝଟକା

add-all

କାଠମାଣ୍ଡୁ: ରବିବାର ସକାଳେ ନେପାଳର କୋଶୀ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ମନିଟରିଂ ଓ ଗବେଷଣା କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ଥିଲା ଏବଂ ଏହା ସକାଳ ୭:୩୧ ମିନିଟରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ନେପାଳର ରାଜଧାନୀ କାଠମାଣ୍ଡୁରୁ ୪୭୫ କିଲୋମିଟର ପୂର୍ବରେ ଥିବା ସଂଖୁବାସଭା ଜିଲ୍ଲାର ରିତାକ ଅଞ୍ଚଳରେ ଥିଲା।
ନେପାଳର ପଡ଼ୋଶୀ ଜିଲ୍ଲା ତାପଲେଜଙ୍ଗ ଓ ଭୋଜପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ସ୍ଥାନୀୟ ଲୋକେ ଘର ଛାଡ଼ି ବାହାରକୁ ଦୌଡ଼ି ଆସିଥିଲେ। କିନ୍ତୁ ଏହି ବିପର୍ଯ୍ୟୟରେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନାହିଁ।
ତେବେ ନେପାଳରେ ବାରମ୍ବାର ଭୂମିକମ୍ପ ହେବା କିଛି ନୂଆ କଥା ନୁହେଁ। ଏହି ଦେଶ ବିଶ୍ୱର ସର୍ବାଧିକ ଭୂମିକମ୍ପପ୍ରବଣ ଦେଶମାନଙ୍କ ମଧ୍ୟରେ ୧୧ତମ ସ୍ଥାନରେ ଅଛି। ହିମାଳୟ ଅଞ୍ଚଳରେ ଅବସ୍ଥିତ, ନେପାଳ ପ୍ରାୟତଃ ଟେକ୍ଟୋନିକ୍ ପ୍ଲେଟ୍ ଗତିବିଧି ଯୋଗୁଁ ଭୂମିକମ୍ପର ଶିକାର ହୁଏ। ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଟର ଧକ୍କା ଏହି ଅଞ୍ଚଳରେ ଭୂମିକମ୍ପର ମୁଖ୍ୟ କାରଣ, କିନ୍ତୁ ବଡ଼ କଥା ହେଉଛି ନେପାଳରେ ସାଧାରଣତଃ ଅଧିକ ତୀବ୍ରତାର ଭୂମିକମ୍ପ ହୋଇନଥାଏ, ଯାହା ବଡ଼ କ୍ଷତିର ଆଶଙ୍କାକୁ ଦୂର କରେ। ଏହା ସତ୍ତ୍ୱେ, ସ୍ଥାନୀୟ ଲୋକମାନେ ସତର୍କ ରୁହନ୍ତି।

ad-week
Leave A Reply

Your email address will not be published.