କୋଟପାଡ଼ ଠିକାଦାର ମହାସଂଘର ଗଣ ଧାରଣା…

add-all

(ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ )

କୋରାପୁଟ /କୋଟପାଡ଼ :- କୋଟପାଡ଼ ଠିକାଦାର ମହାସଂଘର କର୍ମକର୍ତ୍ତା ପରିଷଦ କାର୍ଯ୍ୟାଳୟ ନିକଟରେ ଅନିର୍ଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସରକାରୀ ଵିଜ୍ଞାପ୍ତିକୁ ବିରୋଧ କରି ଏବଂ ତୁରନ୍ତ ରଦ୍ଧ କରିବା ପାଇଁ ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ଭିଳିତ ଦାବିପତ୍ର ପ୍ରଦାନ କରିଛନ୍ତି l ଜାନୁୟାରୀ ମାସ ତିନି ତାରଖର ବିଜ୍ଞପ୍ତି ରଦ୍ଧ ନ ହେବା ପର୍ଯ୍ୟନ୍ତ ଠିକାଦାର ମାନେ କୌଣସି କାମ କରିବେ ନାହିଁ ବୋଲି ସଂଘ ସଭାପତି ଶିବ ପଟନାୟକ କହିଥିବା ବେଳେ ଠିକାଦାର ସଂଘର ଉପସଭାପତି ସୁରେନ ମହାନ୍ତି,ସମ୍ପାଦକ ଗୁପ୍ତ ସ୍ୱାଇଁ,କିରଣ ପଟନାୟକ, କୈଳାସ ଜେନା, ସନ୍ତୋଷ ମିଶ୍ର, ତୁଷାର ବିଷୋୟୀ, ଷଡଙ୍ଗି ବାବୁ , କେ. ରବି, ବିଜୟ ମାଦଳା, ଶ୍ରୀମନ୍ତ ପଣ୍ଡା ପ୍ରମ୍ମୁଖ ଧାରଣା ସ୍ଥଳରେ ବସିଛନ୍ତି l

ad-week
Leave A Reply

Your email address will not be published.