ଇରାନରେ ପୁଣି ପ୍ରତିବାଦର ନିଆଁ; ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

add-all

ତେହେରାନ୍: ଇରାନ-ଆମେରିକା ଉତ୍ତେଜନା ଭିତରେ ଇରାନରେ ପୁଣି ପ୍ରତିବାଦର ନିଆଁ ଦେଖିବାକୁ ମିଳିଛି। ଶନିବାର ଦିନ ତେହେରାନ ଓ ମଶାଦରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶହ ଶହ ଛାତ୍ର ଶୋଭାଯାତ୍ରାରେ ଆରମ୍ଭ କରିଛନ୍ତି। ଗତ ମାସର ହିଂସା ପରେ ସବୁଠାରୁ ବଡ଼ ଛାତ୍ର ରାଲି ସରିଫ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ଅମିର କବୀର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଓ ଉଭୟ ସହରର ଅନେକ ମେଡିକାଲ ସାଇନ୍ସ ୟୁନିଭରସିଟିରେ ଦେଖିବାକୁ ମିଳିଛି। ରାଜଧାନୀର ସରିଫ ବିଶ୍ୱବିଦ୍ୟାଳୟରେ, ଇରାନ ପତାକା ଧରି ଛାତ୍ରଛାତ୍ରୀମାନେ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ନାମରେ ‘ଏକଛତ୍ରବାଦୀଙ୍କ ମୃତ୍ୟୁ ହେଉ’ ନାରା ଦେବା ସହିତ ସରକାର ବିରୋଧୀ ଓ ରାଜତନ୍ତ୍ର ସମର୍ଥନରେ ନାରାବାଜୀ କରିଛନ୍ତି।
ତେହେରାନର ସହିଦ ବେହେସ୍ତି ବିଶ୍ୱବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଇରାନର ଦ୍ୱିତୀୟ ବୃହତ୍ତମ ସହର ମାଶହାଦରେ, ଛାତ୍ରମାନେ ‘ଆଜାଦୀ, ଆଜାଦୀ’ ନାରା ଦେଇ ସେମାନଙ୍କ ସାଥୀମାନଙ୍କୁ ନିଜ ଅଧିକାର ପାଇଁ ସ୍ୱର ଉଠାଇବାକୁ ଆହ୍ବାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାସକ ପୂର୍ବରୁ ଇରାନରେ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏହି ପ୍ରତିବାଦକୁ ନେଇ କଠୋର ହୋଇଥିଲେ ଖେମିନି ସରକାର, ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ, ଯେଉଁଥିରେ ପ୍ରାୟ ୭ହଜାର ଲୋକଙ୍କ ଜାବନ ଯାଇଥିବା କଥା କୁହାଯାଉଥିବାବେଳେ ଇରାନ ସରକାର ଜାନୁଆରୀ ୨୧ ତାରିଖରେ ୩୧୧୭ ଜଣଙ୍କ ମୃତ୍ୟୁ ହୋଇଥିବା କଥା ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.