
ଭୁବନେଶ୍ୱର: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ । ପୂରଣ ହେଲା ପ୍ରାୟ ୧୩ ଶହ ପଦବୀ । ବଳି ପଡିଗଲେ ୬ ଶହରୁ ଅଧିକ କନିଷ୍ଠ ଶିକ୍ଷକ ଆଶାୟୀ । କେବଳ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ଆଶାୟୀମାନେ ଦ୍ୱିତୀୟ ମେରିଟ ଲିଷ୍ଟ ବାହାର କରିବାକୁ ଦାବି ଉଠାଇଛନ୍ତି । ପରୀକ୍ଷାରେ ବଳି ପଡ଼ିଥିବା ଆଶାୟୀଙ୍କ କେତେ ମାର୍କ ରହିଲା ତାହା କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ, ହେଲେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି ।
ଏହାକୁ ବିରୋଧ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ କନିଷ୍ଠ ଶିକ୍ଷକ ଆଶାୟୀ । ଚଳିତବର୍ଷ ଜାନୁୟାରୀ ରେ ହାଇ କୋର୍ଟ ଙ୍କ ପକ୍ଷରୁ ବଳକା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହାକୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଯେଉଁ ପର୍ଯ୍ୟନ୍ତ ଏହାର ସମାଧାନ ହୋଇନି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପରୀକ୍ଷା ଆଶାୟୀ କହିଛନ୍ତି ।