

ବ୍ରହ୍ମପୁର: ଗତ ଶୁକ୍ରବାର ଦିନ ପାଣ୍ଡିଆ ପଥର ଗାଁ ରେ ଆସିକା ବିଧାୟକଙ୍କୁ ପୁରେଇ ନଦେବା ଫଳରେ ଶେଷରେ ବିଧାୟକ ପୋଲିସର ସହାୟତା ନେଇ ଗାଁ ବୁଲିଥିଲେ। ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼ ଶେଷରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ମିଥ୍ୟା କେଶରେ ଜେଲ ଯିବାକୁ ପଡ଼ିଥିବା ଆସିକା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକଙ୍କ ଫାର୍ମ ହାଉସକୁ ସରକାରୀ ଅର୍ଥ ବିନିଯୋଗ କରି ରାସ୍ତା ନିର୍ମାଣ ହୋଇଥିବା ଯୋଗୁଁ ପାଣ୍ଡିଆ ପଥର ଗ୍ରାମ ବାସୀ ବିଧାୟକ ଙ୍କୁ ଗାଁରେ ପୁରେଇ ଦେଇନ ଥିଲେ। କୁଆଡେ ସରପଞ୍ଚ ଗାଁ ରେ ଖଣ୍ଡା ଧରି ଆତଙ୍କ କରୁଥିବା ସମ୍ପର୍କ ରେ ପୋଲିସ ପାଖରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ଦଫା ରେ ସରପଞ୍ଚ ଙ୍କୁ ଗିରଫ କରି ଜେଲ ପଠାଇ ଥିବା ଜଣା ପଡିଛି। ବିଧାୟକ ଙ୍କୁ ବିରୋଧ କରି ନିରୀହ ସରପଞ୍ଚ ମିଥ୍ୟା କେଶରେ ଜେଲ ଗଲେ ବୋଲି ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି। ପୋଲିସ ସାଧାରଣ ଜନତା ଙ୍କ ପାଇଁ ନା ରାଜନେତା ଙ୍କ ଇଙ୍ଗତ ରେ ଏପରି ମିଥ୍ୟା କେସ ର ଭୟ ଦେଖାଇ ଲୋକଙ୍କୁ କକୁଆ ଭୟ ଦେଖାଉଛି ଏହା ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଉକ୍ତ ସରପଞ୍ଚ ଏକା ଧାରରେ ଜଣେ ଓକିଲ ଵି ଜଦି ଜଣେ ବୁଦ୍ଧିଜୀବୀ ଆକ୍ରୋଶ ର ଶିକାର ହୁଏ ତେଵେ ସାଧାରଣ ଜନତା କଣ ନ୍ୟାୟ ଆଶା କରିବେ ପୋଲିସ ଠାରୁ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ଏହି ଗିରଫ ଦାରୀ କୁ ତୀବ୍ର ନିନ୍ଦା କରୁଛନ୍ତି l ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l ଆଗକୁ ଅଛି ପଂଚାୟତ ନିର୍ବାଚନ ଏପରି ହେଲେ ପ୍ରଶାସନ କଳକୁ ବହୁ ମୂଲ୍ୟ ଦେବାକୁ ପଡି ପାରେ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l
