୪ ମହଲା ବିଲ୍ଡିଂରୁ ପଡ଼ି ମହିଳାଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

newyr25


ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚାରି ମହଲା କୋଠାରେ କାମ ଚାଲିଥିଲା । କାହିଁକି ମହିଳା ଜଣଙ୍କ ଛାତ ଉପରକୁ ଯାଇଥିଲେ ତାହା ଜଣା ପଡିନାହିଁ। ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ । ଡେଇଁ ପଡ଼ିଲେ ନା କେହି ତାଙ୍କୁ ଠେଲି ଦେଇଛି ତାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି ।

Leave A Reply

Your email address will not be published.