ଗଞ୍ଜାମ ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ ଖଣି ବିଭାଗ ଜଳକା……!

add-all

ବିନା କାଗଜ କଲମରେ ଚାଲିଛି ହରଲୁଟ, ସରକାରୀ ନିୟମ କୁ ଫୁ…

ଧୂଆଁ ଧୂସର ହେଉଛି ପରିବେଶ ପ୍ରଶାସନ ବଟି ନେଇ ଚୁପ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି କ୍ରସର ୟୁନିଟ ଗଢି ଉଠିଛି। ଜିଲ୍ଲାର କୋଣ ଅନୁକୋଣ ରେ କେତେ କ୍ରସର ୟୁନିଟ ଅଛି ତାହାର ହିସାବ ଖଣି ବିଭାଗ ପାଖରେ ନାହିଁ କାରଣ ବଟି ଖାଇ ପ୍ରଶାସନ ସାଜିଛି ଧୃତରାଷ୍ଟ୍ର । କ୍ରସର ୟୁନିଟ ପାଇଁ ଜିଲ୍ଲାରେ ପାହାଡ଼ ସବୁ ଲଣ୍ଡା ହୋଇଗଲାଣି। ପଥର ମାଫିଆ ମାନେ ଦିନ ରାତି ଯେବେ ଚାହିଁବେ ସେବେ ଅବାଧରେ ପାହାଡ଼ ବିସ୍ଫୋରକ ଲଗାଇ ଅନାୟାସ ରେ ଫୁଟାଇ ଚାଲିଛନ୍ତି। ସ୍ଥାନୀୟ ଜନସାଧାରଣ ଅଭିଯୋଗ କଲେ ମାଫିଆ ମାନେ ଭୟର ବାତାବରଣ ସୃଷ୍ଟି କରୁଥିବାର ନଜିର ରହିଛି। କ୍ରସର ୟୁନିଟ ଓ ପାହାଡ଼ ଫୁଟାଇବା ଫଳରେ ନିକଟରେ ଥିବା ଚାଷ ଜମିର ଉର୍ବରତା କମିଯିବା ସହ ନିକଟରେ ଥିବା ଗୃହ ଗୁଡିକରେ ଫାଟ ହେଉଛି ଅଭିଯୋଗ କରିବେ କାହାକୁ..?।  ଏବେ ଠାରୁ ପଥର ମାଫିଆ ମାନେ ମାର୍ଚ୍ଚ ମାସ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ପୁଣି ଖଣି ବିଭାଗର ବାବୁ ମାନଙ୍କୁ ଖୁଷ କରି ପୁଣି ଲିଜ ହାତେଇବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇ ଜିଲ୍ଲା ରେ ମାତ୍ରାଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ମାଫିଆ ମାନେ ବାବୁ ମାନଙ୍କୁ ହାତବାରିଷି କରି ସ୍ୱଳ୍ପ ଅର୍ଥରେ ୫ ବର୍ଷିଆ ଲିଜରେ ପାହାଡ଼ ଗୁଡିକୁ ଲିଜ ରେ ନେଇ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରୁଛନ୍ତି। ଜିଲ୍ଲା ରେ ଖଣି ବିଭାଗ ପକ୍ଷରୁ ଦେଢ଼ ବର୍ଷ ହେଲା କୌଣସି କ୍ରସର ୟୁନିଟ ଉପରେ ଚଢ଼ାଉ ହୋଇନାହିଁ। ପଥର ମାଫିଆ ମାନେ ମୁଠା ମୁଠା ଟଙ୍କାରେ ବାବୁ ମାନଙ୍କ ମଉଜ ମଜଲିଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଦେଉଥିବା ଆଲୋଚନା ହେଉଛି। ମୁଖ୍ୟତଃ  ଜିଲ୍ଲାରେ କନିସୀ, କୁକୁଡାଖଣ୍ଡି, ଦିଗପହଣ୍ଡି ତହସିଲ ଏବଂ ପୁରୁଷୋତ୍ତମପୁର, ଭଞ୍ଜନଗର, ଖଲ୍ଲିକୋଟ, ଆସିକା  ତହସିଲ ଅଞ୍ଚଳ ରେ  ମାଳ ମାଳ କ୍ରସର ୟୁନିଟ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ବଟି ଭଗକାରୀ ନେଇ ସରକାରୀ ରାଜସ୍ବ କୁ କ୍ଷତି କରି ଚାଲିଛନ୍ତି l ଇଡି କିମ୍ବା ଭିଜିଲାନ୍ସ ବିଭାଗ ଏହି କ୍ଷେତ୍ରରେ ବାବୁ ମାନଙ୍କ ଘରେ ଚଢ଼ାଉ କରିବା ଉଚ୍ଚିତ ବୋଲି ସାଧାରଣ ରେ ଦାବୀ ହେଉଛି l ଏଥିପ୍ରତି  ଜଦି ଲଗାମ ନଲାଗିଲେ ଆଗାମୀ ଦିନରେ ଜିଲ୍ଲାରେ ଆଉ ପାହାଡ଼ ରହିବ ନାହିଁ ବୋଲି ପରିବେଶ ବିତ୍ତ ମାନେ ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.