ବାଣିଜ୍ୟକର ଇନ୍ଫୋର୍ସମେଣ୍ଟ ବିଭାଗ କର୍ମଚାରୀ ଜରିମାନା ଆଦାୟ କରି ରସିଦ ନଦେବା ଯୋଗୁଁ ହୋ ହାଲ୍ଲା….!

add-all

କର୍ମଚାରୀ ମାନଙ୍କ ସହ ବ୍ୟବସାୟୀ ମାନଙ୍କ ଯୁକ୍ତି ତର୍କ ଓ ହୋ ହାଲ୍ଲା….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଗତ କିଛି ଦିନ ହେଲା ବ୍ରହ୍ମପୁର ର ଭ୍ରମମାଣ ବାଣିଜ୍ୟକାର ଇନ୍ଫୋର୍ସ ମେଣ୍ଟ ବିଭାଗର କିଛି କର୍ମଚାରୀ ମାନେ ଆସିକା ଆସି ବ୍ରହ୍ମପୁର ରୁ ଗୋଦାମ ଗାଡ଼ିରେ ଆସୁଥିବା ସାମଗ୍ରୀ ଗୁଡିକର ଜିଏସଟି ଯାଞ୍ଜ କରି ଜରିମାନା ଆଦାୟ କରୁଥିବା ଜଣା ପଡିଛି। ବ୍ୟବସାୟୀ ମାନଙ୍କ ଠାରୁ ଜରିମାନା ଆଦାୟ କରି ପେନାଲଟି ରସିଦ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟବସାୟୀ ମାନେ ଗଣମାଧ୍ୟମଙ୍କୁ ଅଭିଯୋଗ କରିବା ପରେ ବାଣିଜ୍ୟକର ବିଭାଗ କର୍ମଚାରୀ ମାନଙ୍କୁ ଜରିମାନା ରସିଦ କାହିଁକି ଦେଉନାହାନ୍ତି ପ୍ରଶ୍ନ କରିବାରୁ ବାବୁ ମାନେ ନାଲି ଆଖି ଦେଖାଇବା ସହ ଆମେ ବ୍ୟବସାୟୀ ମାନଙ୍କୁ ଜଣ ଜଣଙ୍କୁ କରି ରସିଦ ଦେଉନୁ ଟ୍ର୍ସପୋର୍ଟ ଏଜେଣ୍ଟ ନାଁ ରେ ରସିଦ ଦେଉଛୁ ବୋଲି ଯୁକ୍ତି ବାଢିଥିଲେ ବାବୁ ମାନେ। କେତେ ଟଙ୍କା ଆଦାୟ ହେଉଛି, କେତେ ଟଙ୍କାର ରସିଦ ଦିଆହେଉଛି ତାହାର ହିସାବ ନାହିଁ। ଅଧିକାରୀ ମାନଙ୍କ ସହ ବହୁ ବ୍ୟବସାୟୀ ଯୁକ୍ତି ତର୍କ କରୁଥିବା ଲକ୍ଷ କରାଯାଇଛି। ବାଣିଜ୍ୟକାର ଇନ୍ଫୋର୍ସ ମେଣ୍ଟ ବାବୁ ମାନଙ୍କ ପାଖରେ ରସିଦ ନଦେବା ସମ୍ପର୍କ ରେ କୌଣସି ସନ୍ତୋଷ ଜଣକ ଉତ୍ତର ନାହିଁ। ସେମାନେ ଆସିଥିବା ଗାଡ଼ିରେ ବିଭାଗ ର ଲୋଗୋ ବି ନାହିଁ। ଜରିମାନା ଆଦାୟ କରୁଥିବା ବ୍ୟକ୍ତି ମାନେ କିଏ ? ରସିଦ ନଦେବା ପଛରେ କି ରହସ୍ୟ ରହିଛି ବୋଲି ସାଧରଣ ରେ ଆଲୋଚନା ର ବିଷୟ ହୋଇଛି।

ad-week
Leave A Reply

Your email address will not be published.