ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନୟାଗଡ଼ ଚିନିକଳ…

add-all


ନୟାଗଡ଼:ନୟାଗଡ଼ ଜିଲ୍ଲା ପାଣିପୋଇଲା ସ୍ଥିତ ଚିନିକଳ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଏହି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚିନିକଳ ରୁ ପ୍ରତ୍ୟେକ ଦିନ ଲୁଟେରା ମାନେ ବିଭିନ୍ନ ସାମଗ୍ରୀ ସହିତ ଲୁଟ କରୁଛନ୍ତି ।ହେଲେ ପ୍ରଶାସନ କିମ୍ବା କୌଣସି ଲୋକ ପ୍ରତିନିଧି ମାନଙ୍କ ଦୃଷ୍ଟି ଏହି ଚିନିକଳ ଉପରେ ପଡୁନାହିଁ ।ଗତ ସାଧାରଣ ନିର୍ବାଚନରେ ବିଜେପି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଥିବା ଏହି ଚିନିକଳ ନୂତନ ଭାବରେ କର୍ଯ୍ୟକ୍ଷମକୁ ଦୀର୍ଘଦିନ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ତ ଦୂରର କଥା ପ୍ରତିଦିନ ଲୁଟର ଶିକାର ହେଉଥିବା ଏହି ଚିନିକଳ କୁ କେବେ ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଦୃଷ୍ଟି ପଡୁଛି ଦେଖିବାକୁ ବାକି ରହିଲା । ପୋଲିସ ପ୍ରଶାସନ ର ମଧ୍ୟ ଏଥିପ୍ରତି ନିଘା ନାହିଁ l ଅସାମାଜିକ ଯୁବକ ଏବଂ ଅପରାଧୀ ତତ୍ୱ ମାନଙ୍କ ଏହି ସ୍ଥାନ ବର୍ତ୍ତମାନ ଚରାଭୂମି ପାଲଟିଛି, ଏଠାରୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l

ad-week
Leave A Reply

Your email address will not be published.